ଶୋଚନୀୟ ଅବସ୍ଥା ରେ ଡ଼ିମିରିମୁଣ୍ଡା – ବାମଣ୍ଡାଗଡ଼ ରାସ୍ତା  

ସମ୍ବଲପୁର,(ନୃପଲାଲ ଦେବ ): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ଏନଏଚ ୨୦୦ ରାସ୍ତାରୁ ବାମଣ୍ଡାଗଡ଼ ରାସ୍ତାଟି ଏବେ ଶୋଚନୀୟ ହୋଇପଡିଛି l ସୂଚନାଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୧୧-୧୨ ରେ ଡ଼ିମିରିମୁଣ୍ଡା ପଞ୍ଚାୟତରୁ ବାମଣ୍ଡାଗଡ଼ ରାସ୍ତାଟି ୨୭୦.୧୦ ଲକ୍ଷ୍ୟ ଅଟକଳ ମୂଲ୍ୟରେ ଏହି ରାସ୍ତାଟି ନିର୍ମାଣ ହୋଇଥିଲା l ହେଲେ ଏବେ ଦୀର୍ଘ ୫ ବର୍ଷରେ ରାସ୍ତାର ପୁନଃରୁଦ୍ଧାର କରାଯିବାର ବ୍ୟବସ୍ତା ଥିବାବେଳେ ଆଜିକୁ ୯ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ର ମରାମତି କାର୍ଯ୍ୟ କରାଯାଉ ନାହିଁ l ରାସ୍ତାରେ ୧୦ ଟନ ରୁ ଅଧିକ ଭାରୀଯାନ ନିଷେଧ କରାଯାଇଥିବା ବେଳେ କିଛି ପ୍ରଭାବଶାଳି ବ୍ୟକ୍ତିମାନେ ଗ୍ରାମବାସୀଙ୍କ ବିରୋଧ କୁ ଖାତିର ନ କରି ଏହି ରାସ୍ତାରେ ଭାରୀଯାନ ଚଳାଚଳ କରୁଥିବାର ଅଭିଯୋଗ ହୋଇଛି l ଯାହା ଫଳରେ ରାସ୍ତାଟି ଦିନକୁ ଦିନ ଶୋଚନୀୟରୁ ଅତି ଶୋଚନୀୟ ହେବାକୁ ଲାଗିଛ l ଏହି ରାସ୍ତାଦେଇ ଡ଼ିମିରିମୁଣ୍ଡା ପଞ୍ଚାୟତର ପ୍ରାୟ ୭-୮ ଟି ଗାଁର ଲୋକେ ଦୈନଦିନ ସାଇକେଲ ଯୋଗେ ନିଜ କର୍ମ ପାଇଁ ଯିବା ଆସିବା କରିଥାନ୍ତି l ଏହି ଗ୍ରାମବାସୀ ଙ୍କ କହିବା ଅନୁଯାଇ ଆମେ ନିତିଦିନ ଖଟି  ଖାଇଥାଉ ହେଲେ ଏହି ଖରପା ରାସ୍ତାରେ ଯିବାଆସିବା ଯୋଗୁଁ ଆମ ସାଇକେଲ ପ୍ରାୟ ୨-୩ ଦିନରେ ଖରାପ ହଇଯାଉଛି l ଯାହା ଫଳରେ ସହ ସହ ଟଙ୍କାଦେଇ ସାଇକେଲ ସଜାଡ଼ିବାରୁ ଆମ ଆର୍ଥିକ ଅବସ୍ଥା ଆହୁରି ଦୟନୀୟ ହୋଇପଡୁଛି l ପୁଣି କାହାର ସ୍ବାସ୍ଥ୍ୟବସ୍ତା ଖରାପ ହେଲେ ବାଇକ ଯୋଗେ ଶୀଘ୍ର ମେଡିକାଲକୁ ନେବାକୁ ଚେଷ୍ଟା କଲେ ଅସମ୍ଭବ ହୋଇପଡିଛି l ପୁଣି ଏହି ଗାଁ ମାନଙ୍କରେ ମୁଖ୍ୟ ଜୀବିକା ଭାବେ ଚାଷ ଉପରେ ନିର୍ଭର କରି ବିଭିନ୍ନ ପନିପରିବା ଚାଷ କରି ସଫଳ ହେଉଥିଲେ ମଧ୍ୟ ଏହି ଖରାପ ରାସ୍ତା ଯୋଗୁଁ ସାଇକେଲ ଯୋଗେ ପରିବା ନେଇ ବଜାରକୁ ଯିବା କଷ୍ଟକର ହୋଇପଡୁଛି l ଏହାକୁ ନେଇ ଅଞ୍ଚଳବାସୀ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଅଧିକାରୀ ଚେଇ ସୋଇଥିବା ଭଳି ଅଭିନୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି l ଏନେଇ ପଞ୍ଚାୟତ ନିର୍ବହୀ ଅଧିକାରୀ ନଳିନୀ ବଞ୍ଚୁର ଙ୍କ ପ୍ରତିକ୍ରିୟା ନେବାରୁ ଆମେ ଉକ୍ତ ବିଷୟରେ ଅବଗତ ଅଛୁ ପ୍ରକୃତରେ ଉକ୍ତ ରାସ୍ତାଟି ଅତି ଶୋଚନୀୟ ହୋଇଛି କିନ୍ତୁ ଏହାକୁ ମରାମତି କରିବା ଆମର ସାମର୍ଥ୍ୟ ନାହିଁ l ଏହା ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ମତ ରଖିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ