ସମସ୍ୟାର ସମାଧାନ ପାଇଁ ବାଟ ଖୋଜୁଛି ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ

ବ୍ରହ୍ମପୁର , (ଶ୍ରାବଣୀ ନାୟକ): ବ୍ରହ୍ମପୁର ପ୍ରତିଷ୍ଠିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ପୁଣି ଦେଖାଦେଇଛି ଛାତ୍ର ଅଶାନ୍ତି । ଅନେକ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରି ମୁଖ୍ୟ ଫାଟକ ନିକଟରେ ଧାରଣା ଦେବା ସହ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ର ନେତା ଚିନ୍ମୟ କୁମାର ହୋତା । ଦୀର୍ଘ ଦିନରୁ ଲାଗିରହିଥିବା ବିଭିନ୍ନ ସମସ୍ୟା ଯଥା ମହାବିଦ୍ୟାଳୟରେ ମୋଟ ୪୮୦ ଆଇନ୍ ଶିକ୍ଷାର୍ଥୀ ଅଧ୍ୟୟନ କରୁଥିବାବେଳେ ମାତ୍ର ୨ଜଣ ନିୟମିତ ଅଧ୍ୟାପକ ସହ ୨ଜଣ ଅତିଥି ଅଧ୍ୟାପକ ଶିକ୍ଷାଦାନ କରୁଛନ୍ତି । ଅଣଶୈକ୍ଷିକ କର୍ମଚାରୀ କାର‌୍ୟ୍ୟ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବହୁଦିନ ଧରି ଦେଖିନଥିବା ବରିଷ୍ଠ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଦୀର୍ଘଦିନ ଧରି ବାର କାଉନ୍ସିଲ ଏଫିଲେସନ ଫି ୩୪୯୦୦୦ ଜମା କରିନଥିବା ଯୋଗୁଁ ଲାଇସେଇନ୍ସ ପାଇବାରୁ ଅନେକ ଆଇନ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ଏଥିଯୋଗୁଁ ଅନିଶ୍ଚିତତା ଆଶଙ୍କାରେ ଅଛନ୍ତି । ବର୍ତ୍ତମାନ ଆଧୁନିକ ଯୁଗର ଆଇନ ସହ ତାଳଦେବା ପାଇଁ କ୍ୟାମ୍ପସ ୱାଇଫାଇ ନିହାତି ଆବଶ୍ୟକ, ୪୮୦ ଛାତ୍ରଛାତ୍ରୀଙ୍କ ସକାଶେ ମୌଳିକ ଆବଶ୍ୟକତା ଶୌଚଳାୟ ନାହିଁ । ପରିସରର ପରିବେଶ ଦେଖିଲେ ବୁଦାଳିଆ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଆଜିର କାର‌୍ୟ୍ୟକ୍ରମରୁ ଅଧ୍ୟକ୍ଷଙ୍କ ମନମୁଖୀ କାର‌୍ୟ୍ୟ ସ୍ପଷ୍ଟ ଅନୁମେୟ, ଏମଭି ଏକଟ (ଗଠ ଇମଗ୍ଧ) ସଂପର୍କୀତ ରଖିଥିବା ସେମିନାର ନୋଟିସ ବୋର୍ଡରେ ସକାଳ ୧୧.୦୦ ଲେଖି ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତରେ ସକାଳ ୧୦ରେ ଜିଲ୍ଲାଜର୍ଜଙ୍କ ଉପସ୍ଥିତିରେ ସେମିନାର କାର‌୍ୟ୍ୟ କରିବା ଶୀକ୍ଷାର୍ଥୀଙ୍କୁ ଆଶ୍ଚର‌୍ୟ୍ୟ କରିଛି । ଉକ୍ତ ସମସ୍ୟାର ସମାଧାନ ପାଇଁ ସ୍ୱର ଉତ୍ତୋଳନ କରିି ଚିନ୍ମୟ କୁମାର ହୋତା, ଶିବ ଶଙ୍କର ନାୟକ, ବି.ମୋନଜ, ଅନୀଲ ବେହେରା, ସନ୍ଦୀପ ଜେନା, ବି. ତେଜେଶ୍ୱର,ଦୀପକ ଜେନା, ଆଦିତ୍ୟ କୁମାର ଦାଶ, ଅମରେଶ ଚୌଧୁରୀ, ଗୋପୀଚାନ୍ଦ ପଣ୍ଡା ସମେତ ଶତାଧିକ ଛାତ୍ର ନେତା ଅଭିଯୋଗ କରିବା ସହ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ କରିବା ଯୋଗୁଁ ସେ କହିଛନ୍ତି ଛାତ୍ରଛାତ୍ରୀ ସମସ୍ୟାର ସମାଧାନ ସକାଶେ ସହଯୋଗ କରିବା ଆବଶ୍ୟକ ରହିଛି । ସମସ୍ତ ସମସ୍ୟାର ସମାଧାନ ଧିରେ ଧିରେ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ