ସ୍ରିକ୍ ଏଜୁକେଶନ ଓ ଜବ୍ସ ପକ୍ଷରୁ ଆଲୋଚନା ଓ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସ୍ରିକ୍ ଏଜୁକେଶନ ଓ ଜବ୍ସ (ଏସ୍ଆରଆଇସି) ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ କମ୍ପୁଟର ଶିକ୍ଷା ଦେବା ସହ ଡ଼ିଜିଟାଲ ମିଡ଼ିଆ ଜ୍ଞାନ ଆହରଣ କରାଇବାର ଅଭିଯାନ ଜାରି ରଖିଛି । କମ୍ପୁଟରରେ ଦକ୍ଷତା ହାସଲ ପରେ ଛାତ୍ରଛାତ୍ରୀମାନେ କର୍ମନିଯୁକ୍ତି ପାଇବା ସଙ୍ଗେ ସଙ୍ଗେ ସ୍ୱାବଲମ୍ବୀ ହୋଇପାରୁଛନ୍ତି । ମାନବ ଜୀବନକୁ ସରସ ସୁନ୍ଦର କରିବାକୁ ଏସ୍ଆରଆଇସି ପକ୍ଷରୁ ଏଭଳି ଆଭିମୁଖ୍ୟ ଗ୍ରହଣ କରଯାଇଛି । ଏଥିନିମନ୍ତେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୭୦ରୁ ୮୦ଟି ସେଣ୍ଟର ଖୋଲିଛି । ଏହାଦ୍ୱାରା ବହୁ ଇଣ୍ଟରପ୍ରିନ୍ୟୁର ସୃଷ୍ଟି ହୋଇଛନ୍ତି । ସେମାନେ ଏହି ପ୍ରକ୍ରିୟାରେ ସାମିଲ୍ ହୋଇ ଆତ୍ମନିର୍ଭରଶୀଳ ହୋଇଛନ୍ତି । କେବଳ ଓଡ଼ିଶା କାହିଁକି ଏସ୍ଆରଆଇସି ପକ୍ଷରୁ ଝାଡ଼ଖଣ୍ଡରେ ୨୦ଟି, ଛତିଶଗଡ଼ରେ ୩ଟି ଏବଂ ବିହାରରେ ୭ଟି କେନ୍ଦ୍ର ଖୋଲିଛି । ସେସବୁ ରାଜ୍ୟରେ ମଧ୍ୟ ଇଣ୍ଟରପ୍ରିନ୍ୟୁରଙ୍କ ସମେତ ବହୁ ଦକ୍ଷ ଛାତ୍ରଛାତ୍ରୀ ବାହାରିଲେଣି । ଏହାଦ୍ୱାରା କମ୍ପ୍ୟୁଟର ଶିକ୍ଷାର ବହୁ ପ୍ରଚଳନ ସାଙ୍ଗକୁ ଡ଼େକ୍ସଟପ ଓ ଲାପଟପ ବ୍ୟବହାର କରିବାର ଜ୍ଞାନକୌଶଳ ସହଜ ହୋଇଛି । ଦିନକୁ ଦିନ ଅଧିକରୁ ଅଧିକ ଇଣ୍ଟରପ୍ରନ୍ୟୁର, ଭଲେଣ୍ଟିୟର, ଦକ୍ଷ ଛାତ୍ରଛାତ୍ରୀ ସୃଷ୍ଟି ହେବା ସହ ଡ଼ିଜିଟାଲ ଏମ୍ପେ୍ଲାମେଣ୍ଟ ସଂଖ୍ୟା ବଢିବାରେ ଲାଗିଛି । ୨୦୧୭ ମସିହା ଛାତ୍ରଛାତ୍ରୀମାନେ ବ୍ୟକ୍ତିଗତ ଭାବେ ପାଖାପାଖି ୮୫ଟି ବ୍ରାଣ୍ଡ ନ୍ୟୁ କମ୍ପୁଟର କନେକ୍ସନ କରିଛନ୍ତି । ସେମାନଙ୍କର ତାଲିମ ପାଇଁ ହୋମ୍ ଟ୍ୟୁଟର ମଧ୍ୟ ନିଯୁକ୍ତ ହୋଇଛନ୍ତି । ହେଲପ ଲାଇନ୍ ଯୋଡ଼ି ହୋଇଛି । ପ୍ରତିଟି କମ୍ପୁଟର ନିବେଶକୁ ଅଡ଼ିଓ ଭିଜୁଆଲର ସମ୍ପୂର୍ଣ୍ଣ ପ୍ୟାକେଜ ଯୋଗାଇ ଦିଆଯାଉଛି । ଜଣେ ଛାତ୍ର ଗୋଟିଏ କମ୍ପୁଟର ବ୍ୟବହାର କଲେ ତାଙ୍କ ସହ ଆଉ ଜଣେ ଛାତ୍ରଙ୍କୁ ମଧ୍ୟ ବିନା ପାରିତୋଷିକରେ ତାଲିମ୍ ପାଇବାର ସୁଯୋଗ ମିଳୁଛି । ଭୁବନେଶ୍ୱରରେ ପାତ୍ରପଡ଼ାରେ ଥିବା ଏହି ଏସ୍ଆରଆଇସି କେନ୍ଦ୍ରର ତତ୍ତ୍ୱାବଧାକ ଏହି ସେବାରୁ ମିଳୁଥିବା ୪୦ ପ୍ରତିଶତ ରୋଜଗାରରୁ ଇଣ୍ଟରପ୍ରିନର୍ସ ଓ ଲେଣ୍ଟିୟର୍ସମାନଙ୍କୁ ୩୫ ପ୍ରତିଶତ ପ୍ରଦାନ କରୁଛି । ଏସ୍ଆରଆଇସି ମୁଖ୍ୟ ସୋମ୍ ରାୟ ପ୍ରତ୍ୟହ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ôଚ ସଚେତନତା ସୃଷ୍ଟି କରୁଛନ୍ତି । ଏହାଦ୍ୱାରା ବଜାରେ ଫାଇନାସିଆଲ ଆଡ଼ଭାଇଜର, ଲଜିଷ୍ଟିକ ସୁପରଭାଇଜର ଏବଂ ସେଲ୍ସ କର୍ମ•ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । କଷ୍ଟମର କେୟାର, ଆଇଟି ଏବଂ ବିପିଓ ସେକ୍ଟରରେ ଏହି ସେବା ଉପଲବ୍ଧ ହେବା ଫଳରେ ସେମାନଙ୍କ ପାଇଁ ଯୋଗାଯୋଗ ସହଜ ହୋଇପାରିଛି । ଭୁବନେଶ୍ୱରସ୍ଥିତ ଆର୍ଯ୍ୟା ପ୍ୟାଲେସ ହୋଟେଲରେ ଶ୍ରୀ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ଏସ୍ଆରଆଇସିର ଝାଡ଼ଖଣ୍ଡ ମୁଖ୍ୟ ବିଭୁଦତ୍ତ ନାଗ, ଓଡ଼ିଶାର ଫୁଲବାଣି ଜିଲ୍ଳାର ଇଣ୍ଟରପ୍ରିନର କୈଳାସ ଚନ୍ଦ୍ର ସାହୁ, ଜଗତସିଂହପୁରର ଶାଶ୍ୱତୀ ପ୍ରିୟଦର୍ଶିନୀ, ମୟୁରଭଞ୍ଜର ଅନୀତା ବିଶ୍ୱାଳ, ଯାଜପୁରର ସୁଧାକର ପରିଡ଼ା, ରାୟଗଡ଼ାରା ରାଜେନ୍ଦ୍ର ଗୌଡ଼, ବଲାଙ୍ଗୀର ଯୋଗଶେ ପଟେଲ ଓ ତୁଷାର ଦାସ ପ୍ରମୁଖ ଯୋଗ ଦେଇ ନିଜର ଅଭିଜ୍ଞତା ସେୟାର କରିଥିଲେ । ଏହି କାର୍ଯ୍ୟକ୍ରମେରେ ଶିକ୍ଷାବିତ୍, କମ୍ପୁଟର ପ୍ରବୀଣ, ଇଣ୍ଟରପ୍ରିନର ଏବଂ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ