ଜାତୀୟ ଆଇନ ସେବା ପ୍ରତିଷ୍ଠା ଦିବସରେ ଅନ୍‌ଲାଇନ୍ ଆଇନ ସଚେତନତା ଶିବିର 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ପରିସରରେ ବ୍ୟୋମକେଶ ନାୟକଙ୍କ ଅଧ୍ୟକ୍ଷତାରେ ଜାତୀୟ ଆଇନ ସେବା ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନଲାଇନସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ଅବସରରେ ସମ୍ମାନିତ ଅତିଥିରୂପେ ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଜଜ୍ ଅରୁଣ କୁମାର ସାହୁ, ସିଭିଲ କୋର୍ଟର ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ, ଏସଡିଜେଏମ୍ ଚନ୍ଦ୍ରହାଶ ବେହେରା, ଜେଏମ୍‌ଏଫ୍‌ସି ବନିଲ କୁମାର ଖଟାଇ, ଶୁଭଲକ୍ଷ୍ମୀ ପ୍ରୀୟ ଦର୍ଶନୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରାଧିକରଣର ସଚିବ ବ୍ୟେମକେଶ ନାୟକ ଜାତୀୟ ଆଇନ ସେବା ଦିବସ ପାଳନ ମହତ୍ତ୍ୱ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହା ଦ୍ୱାରା କିପରି ଗରିବ ଲୋକମାନେ ଉପକୃତ ହୋଇପାରିବେ ସେହି ବିଷୟରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ । ଆଇନ୍ ସେବା ପ୍ରାଧିକରଣ ଦ୍ୱାରା କିପରି ଉପଯୁକ୍ତ ଲୋକ ମାଗଣା ଆଇନ୍ ସେବା ପାଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ ଏବଂ ପ୍ରାଧିକରଣ ଦ୍ୱାରା ନେଇଥିବା ବିଭନ୍ନ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇଥିଲେ । ଯଥା ଲୋକ ଅଦାଲତ, ମଧ୍ୟସ୍ଥତା ଦ୍ୱାରା ଆପୋଷ ସମାଧାନ, ପୀଢିତା କ୍ଷତିପୂରଣ ରାଶି, ବିଭିନ୍ନ ଯୋଜନା ଉପରେ ସଚେତନତା ଶିବିର ଇତ୍ୟାଦି । ଏହି ଅନଲାଇନ ସ୍ତରୀୟ କାର୍ଯ୍ୟକ୍ରମରେ ପଞ୍ଜୀକୃତ ଆଇନଜୀବି ଓ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ, ମହେନ୍ଦ୍ରଗିରି ପୌରପରିଷଦ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ