ମୟୂରଭଞ୍ଜ ଜିଲ୍ଲାର ସୁକନ୍ୟା ସ୍ନେହା ସୋରେନଙ୍କୁ ଏକଲବ୍ୟ ମୁକୁଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆନ୍ତର୍ଜାତିକ ଯୁବା ଭାରତ୍ତୋଳନକାରୀ ସ୍ନେହା ସୋରେନଙ୍କୁ ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ପାଇଁ ଚୟନ କରାଯାଇଛି । ଝିଅମାନେ କୌଣସି ଗୁଣରେ ପୁଅମାନଙ୍କଠାରୁ ପଛରେ ନାହାନ୍ତି । ନିଜର ନିଷ୍ଠା, କଠିନ ପରିଶ୍ରମ, ଗୁରୁଭକ୍ତି, ତ୍ୟାଗ ଯୋଗୁଁ ସେମାନେ ଶୀର୍ଷର ଶେଷ ସୋପାନରେ ଛୁଇଁ ପାରୁଛନ୍ତି । ସୂଚନା ଯୋଗ୍ୟ ଯେ ମୟୂରଭଂଜ ଜିଲ୍ଲାର ମୋରଡ଼ା ବ୍ଳକର ଦାନ୍ତିଆମୁହାଁ ଗ୍ରାମର ଶିଖରଘାଟି ଗ୍ରାମର ୨ ମେ ୨୦୦୧ ମହିହାରେ ଜନ୍ମଗ୍ରହଣ କରିଥିବା ପିଲାବେଳୁ ବାପମା’ଙ୍କୁ ହରେଇ ନିଜର କାକାପୁଅ ଭାଇ ଦେବେନ୍ଦ୍ର ସୋରେନଙ୍କ ପ୍ରେରଣାରେ ଭାରୋତ୍ତୋଳ ପାଇଁ ଉତ୍ସାହିତ ହୋଇ ସେହି ଦିଗରେ ନିଜକୁ ସମର୍ପିତ କରିଥିଲେ । ସେ ବେତନଟୀ ଥାନା ଅନ୍ତର୍ଗତ ଲଙ୍ଗଳକଟା ଶକ୍ତିମାନ ଜିମ୍ନାସିୟମରେ କୋଚ ପରେଶ ମହାନ୍ତଙ୍କ ତତ୍ୱାବଧାନରେ ତାଲିମ ନେଇ ଆଜି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆନ୍ତର୍ଜାତିୟ କ୍ଷେତ୍ରରେ ୨୦୧୯ରେ ନେପାଳର ପୋଖରାଠାରେ ଦକ୍ଷିଣ ଏସୀୟ ମହିଳା ବିଭାଗରେ ୪୯ କେଜି ବର୍ଗରଜ ସ୍ୱର୍ଣ୍ଣ ପଦକ,୨୦୧୮ରେ ନିୟୁଦିଲ୍ଲୀରେ ଖେଲୋ ଇଣ୍ଡିଆ ସ୍କୁଲ ଗେମରେ ୪୮ କେଜି ଵର୍ଗରେ ରୌପ୍ୟ ପଦକ,୨୦୧୭ ରେ ଅଷ୍ଟ୍ରେଲିଆରେ କମନଓ୍ବେଲ୍ଥ ଗେମରେ୪୮ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଏବଂ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ାରେ ଅଂଶ ଗ୍ରହଣ କରି ବହୁ ପଦକ ହାସଲ କରିଛନ୍ତି । ବର୍ତ୍ତମାନ ପଞ୍ଜାବର ପାଟିଆଲାଠାରେ ଆଗାମୀ ଚାମ୍ପିଅନସିପ ପାଇଁ ତାଲିମ ଚାଲୁ ରଖିଛନ୍ତି । ତାଙ୍କର କ୍ରୀଡା ପ୍ରତିଭା ପାଇଁ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ତାଙ୍କର ଏହି ଖବର ଘୋଷଣା ପ୍ରଚାର ପରେ ଗୁରୁ ପରେଶ ମହାନ୍ତ, ମୟୂରଭଂଜ ଜିଲ୍ଲା ଭାରୋତ୍ତଞଳନ ସଂଘର ଅଧ୍ୟକ୍ଷ ଡ଼ଃ କୃଷ୍ଣଚନ୍ଦ୍ର ମହାନ୍ତ , ସଭାପତି ନବ ସାହୁ, ଉପସଭାପତି ବିଜୟ ମିଶ୍ର,ଆନ୍ତର୍ଜାତିକ ଖେଳାଳି ପୁଲିସ ଇନ୍ସପେକ୍ଟର ମନ୍ଦାକିନୀ ମହାନ୍ତ,ପଦ୍ମମାଳି ମହିଳା ସଂଗଠନର ସଭାପତି ପ୍ରଫେସର ସଂଯୁକ୍ତା ଜୀ ,ଜିମ୍ନାସିୟମର ଖେଳାଳି ବୃନ୍ଦଙ୍କ ସମେତ ବିଭିନ୍ନ ଅନୁଷ୍ଠାନ , ରାଜନୈତିକ ନେତୃବୃନ୍ଦ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, କ୍ରୀଡାବିତ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି


