ସିମ୍ପାଜିକୁ ଜବତ କଲା ଇଡି

କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପ୍ରଥମ ଥର ପାଇଁ ୩ଟି ସିମ୍ପାଜି ଏବଂ ୪ଟି ବିରଳ ଆମେରିକୀୟ ମାଙ୍କଡ଼ “ମାର୍ମୋସେଟସ୍’ ଜବତ କରିଛି । ମନି ଲଣ୍ଡରିଂ ନିରୋଧ ଆଇନ ଅଧୀନରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ମନି ଲଣ୍ଡରିଂ ନିରୋଧ ଆଇନ ୨୦୦୨ ଅଧୀନରେ ତଦନ୍ତ ପ୍ରକ୍ରିୟାରେ ଏହି ବିରଳ ଜନ୍ତୁ ସବୁ ସାମିଲ ହେବେ ବୋଲି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଜି ନିର୍ଦ୍ଦେଶ ଦେଇଛି । ପ୍ରତି ସିମ୍ପାଜିର ମୂଲ୍ୟ ୨୫ ଲକ୍ଷ ଟଙ୍କା ମୂଲ୍ୟାୟନ କରାଯାଇଥିବାବେଳେ ମାର୍ମାସେଟ୍ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ବୋଲି ଅନୁମାନ କରାଯାଇଛି । ମୋଟ ଉପରେ ୮୧ ଲକ୍ଷ ଟଙ୍କାର ଆଟାଚମେଣ୍ଟ ଅର୍ଡର ଜାରି କରାଯାଇଛି । କୋଲକାତାର ସୁପ୍ରାଦୀପ ଗୁହାଙ୍କଠାରୁ ବନ୍ୟଜନ୍ତୁ ସୁରକ୍ଷା ଆଇନରେ ପଶ୍ଚିମବଙ୍ଗ ବନ୍ୟଜନ୍ତୁ ବିଭାଗ ଏହି ଜନ୍ତୁ ସବୁ ବାବଦରେ ସୂଚନା ଦେବାପରେ ଇଡି ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ