ପାହାଡି କନ୍ୟାଙ୍କୁ ମନେ ପକାଇଲା ଗୁଗୁଲ ଡୁଗୁଲ
(ଯୁଗାବ୍ଦ ନ୍ୟୁଜ) : ଗୁଗୁଲ ଡୁଡୁଲରେ ସ୍ଥାନ ପାଇଲେ ବିଶ୍ୱର ପ୍ରଥମ ମହିଳା ପର୍ବତ ଆରୋହଣକାରୀ ଜୁଙ୍କୋ ତାବେଇ । ଯିଏକି ବିଶ୍ୱର ପ୍ରଥମ ମହିଳା ଭାବେ ମାଉଣ୍ଟ ଏଭେରେଷ୍ଟ ସମେତ ଅନ୍ୟ ୬ଟି ପର୍ବତ ଅତିକ୍ରମ କରିଥିଲେ । ଆଜି ତାଙ୍କ ୮୦ତମ ଜନ୍ମଦିନ ପାଳନ କରୁଛି ଗୁଗୁଲ । ଗୁଗୁଲ ଡୁଡୁଲରେ ଜୁଙ୍କୋଙ୍କ ଆନିମେସନ ତିଆରି କରିଛି ଯେଉଁଥିରେ ଜୁଙ୍କୋ ପର୍ବତ ଚଢିବାର ଦେଖିବାକୁ ମିଳିଛି ।
କିଏ ଏହି ଜୁଙ୍କୋ ତାବେଇ –
ଜାପାନୀ ପର୍ବତ ଆରୋହଣକାରୀ ଜୁଙ୍କୋ ତାବେଇ ୧୯୩୯ ମସିହା ଆଜିର ଦିନରେ ଜାପାନର ମିହାରୁ ନାମକ ଏକ ଛୋଟ ସହରର କୁଙ୍କୁସୀମାଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଯେତେବେଳେ ମାତ୍ର ୧୦ ବର୍ଷର ଥିଲେ ପ୍ରଥମ ଥର ପାଇଁ ମାଉଣ୍ଟ ଏଭେରେଷ୍ଟ ଚଢିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ସେ ମାସାନୋବୁ ତାବେଇ ନାମକ ଜଣେ ମାଉଣ୍ଟ ଚଢାଳୀଙ୍କୁ ବିବାହ କରିଥିଲେ ।
ଜୁଙ୍କୋ ୩୫ ବର୍ଷ ବୟସରେ ୧୯୭୩ ମସିହାରେ ମାଉଣ୍ଟ ଏଭେରେଷ୍ଟରେ ପହଞ୍ଚି ଥିଲେ । ସଫଳତାର ସହ ମାଉଣ୍ଟ ଏଭେରେଷ୍ଟରେ ଚଢିବାପରେ ତାଙ୍କୁ ଜାପାନର ସମ୍ରାଟ କ୍ରାଉନ ପ୍ରିନ୍ସ ଓ ରାଜକୁମାରୀ ସମ୍ମାନୀତ କରିଥିଲେ । ସେ ୭୬ଟି ଭିନ୍ନ ଭିନ୍ନ ଦେଶର ପର୍ବତରେ ପହଞ୍ଚିଥିବା ପ୍ରଥମ ମହିଳା ଥିଲେ ।
୧୯୭୫ ମାର୍ଚ୍ଚ ୧୬ରେ ଅଲ ଫିମେଲ କ୍ଲାଇମ୍ବିଙ୍ଗ ପାର୍ଟିର ନେତା ଭାବରେ ଜୁଙ୍କୋ ପ୍ରଥମେ ଏଭେରେଷ୍ଟର ଶିଖରରେ ପହଞ୍ଚିଥିଲେ ।
୧୯୯୨ ମସିହାରେ ସେ ପ୍ରଥମ ପର୍ବତାରୋହୀ ଭାବେ “ସେଭେନ ସମିଟସ” କରିଥିଲେ ।


