କାଳିଆ ଯୋଜନା ନାଁଁରେ ଆଦିବାସୀ ମହିଳାଙ୍କ ଠାରୁ ୩୯ ହଜାର ଠକେଇ ମାମଲା ; ୩୭୪୦୦ ଟଙ୍କା , ୨ ଟି ଏଟିଏମ୍ କାର୍ଡ ସମେତ ବିଭିନ୍ନ ସାମଗ୍ରୀ ଜବତ – ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ଚଢ଼େୟାଗରଦ ଗ୍ରାମର ନିରୀହ ଆଦିବାସୀ ମହିଳା ଚାଷୀ ଙ୍କୁ କାଳିଆ ଯୋଜନା ରେ ଆର୍ଥିକ ସହାୟତା କରାଇଦେବି କହି ୩୯ ହଜାର ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମର ସୁରେଖା ମଲ୍ଲିକ, ଦ୍ରୌପଦୀ ମଲ୍ଲିକ, ଗୁଦୁ ମଲ୍ଲିକଙ୍କ ଠାରୁ ୧୦ ହଜାର ଲେଖାଏଁ ଏବଂ ବାଙ୍କି ମଲ୍ଲିକଙ୍କ ଠାରୁ ୯ ହଜାର ଟଙ୍କା ଏଭଳି ମୋଟ ୩୯ ହଜାର ଟଙ୍କା ଗରିବ ଆଦିବାସୀ ମହିଳା ଚାଷୀ ମାନଙ୍କ ଠାରୁ ଅଭିନବ ଉପାୟରେ ଠକେଇ ହୋଇଛି । ଏହି ମାମଲାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ  ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ଜଣକ ହେଲେ ଦିଗପହଣ୍ଡି ସାନଡିମ୍ବୁଳା ଗ୍ରାମର କୃଷ୍ଣ ସେଠୀ।  ଥାନା ମାମଲା ନଂ. ୨୬୫/୨୦ ଦଫା – ୨୯୪/୪୧୭/୪୨୦ ଆଇ ପି ସି ଅନୁଯାୟୀ କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ନିକଟରୁ  ୩୭୪୦୦ ଟଙ୍କା,୨ ଟି ଏଟିଏମ କାର୍ଡ, ବିଭିନ୍ନ ସରକାରୀ ପଦାଧିକାରୀଙ୍କ ରବ୍ବର ଷ୍ଟାମ୍ପ, କାଳିଆ ଯୋଜନା ର ଚିଠା ପୁସ୍ତିକା ଓ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ ଜଣାଇଛନ୍ତି। ପ୍ରକାଶ ଯେ, ଅଭିଯୁକ୍ତ କୃଷ୍ଣ ଗତ ରବିବାର ଚଢ଼େୟାଗରଦ ଗ୍ରାମରେ ପହଞ୍ଚି ନିଜକୁ କୃଷି ଅଧିକାରୀ କାହ୍ନୁ ଚରଣ ପଟ୍ଟନାୟକ ବୋଲି ପରିଚୟ ଦେଇ   ଆଦିବାସୀ ମହିଳା ଚାଷୀ ମାନଙ୍କୁ ରାଜ୍ୟସରକାର ଙ୍କ  କାଳିଆ ଯୋଜନା ହିତାଧିକାରୀ ତାଲିକାରେ  ନାମ ଲଗାଇଦେବି  କହିି ଆଧାର  ନମ୍ବର ଓ ବ୍ୟାଙ୍କ ଖାତାର ଜେରକ୍ସ କପି ମାଗିଥିଲେ।ସୋମବାର ପୁଣି ଉକ୍ତ ୪ ଜଣ ମହିଳା ଙ୍କୁ ବ୍ୟାଙ୍କ ଜମା ଖାତା ଧରି  ସିଦ୍ଧେଶ୍ଵର ଗ୍ରାମ ସ୍ଥିତ ଏକ ବ୍ୟାଙ୍କ ନିକଟକୁ ଆସିିବା ପାଇଁ କହିଥିଲେ।କୃଷ୍ଣ ଙ୍କ କଥା ଅନୁସାରେ ମହିଳା ମାନେ ନିଜ ନିଜ ବ୍ୟାଙ୍କ ଖାତା ନେଇ ଏକ ଅଟୋ ରେ ବ୍ୟାଙ୍କ କୁ ଆସିଥିଲେ।ସେଠାରେ ପ୍ରତ୍ୟେକଙ୍କ ବ୍ୟାଙ୍କ ଖାତାକୁ  ୨୨ହଜାର ଟଙ୍କା ଲେଖାଏଁ ଛାଡ଼ିଦେବି କହି ସେମାନଙ୍କ ବ୍ୟାଙ୍କ  ଖାତାରୁୁ କୌଶଳ କ୍ରମେ ୩୯ ହଜାର ଟଙ୍କା ଉଠାଣ  କରି ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦେଇଥିଲେ। କୃଷ୍ଣ ଙ୍କ ହାବ ଭାବ ଦେଖି ଅଟୋ ଚାଳକ ଙ୍କ ସନ୍ଦେହ ହୋଇଥିଲା। ପରେ ବ୍ୟାଙ୍କ ଜମାଖାତା ରେ ସେମାନଙ୍କ ଟଙ୍କା କଟିିଯିବା ପରେ ମହିଳା ମାନେ କୃଷ୍ଣ ଙ୍କୁ ଅଟୋ ରେ ବସାଇ ଗ୍ରାମର ଅନ୍ୟ କିଛି ମହିଳାଙ୍କ ନାଁ କାଳିଆ ଯୋଜନା ହିତାଧିକାରୀ ତାଲିକାରେ ଲଗାଇ ଦେବାକୁ ଗାଁ କୁ ଚାଲନ୍ତୁ କହି କୌଶଳକ୍ରମେ ଡାକି ନେଇଥିଲେ। ଅଟୋ ଗାଁ ରେ ପହଞ୍ଚିବା ପରେ କୃଷ୍ଣ ଙ୍କୁ ଘେରି ଯାଇ ସେମାନେ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଗାଁ ଲୋକଙ୍କ ଦ୍ୱାରା ମାଡ଼ ଭୟରେ କୃଷ୍ଣ ସବୁ ଠକାମୀ ମାନିଯାଇଥିଲେ। ଗାଁ ରେ ତାଙ୍କୁ ଅଟକ ରଖିି ଦିଗପହଣ୍ଡି ପୋଲିସ କୁ ଖବର ଦିଆଯାଇଥିଲା। ପୋଲିିସ ଗାଁ ରେ ପହଞ୍ଚି କୃଷ୍ଣ ଙ୍କୁ  ଥାନାକୁ ଆଣି ପଚରାଉଚରା କରିବାରୁ ସମସ୍ତ ତଥ୍ୟ ଜଣାପଡ଼ିଥିଲା।  ଏନେଇ ଠକାମୀ ର ଶିକାର ହୋଇଥିବା ଦ୍ରୌପଦୀ ମଲ୍ଲିକ ଙ୍କ ଏତଲା କ୍ରମେ   ଅଭିଯୁକ୍ତ ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ବଳଭଦ୍ର ଗଣ୍ଡ କହିଛନ୍ତି। କରିଥିଲେ। କୋଭିଡ ପରୀକ୍ଷା କରାଯିବା ପରେ ବୁଧବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ବଳଭଦ୍ର ଗଣ୍ଡ କହିଛନ୍ତି।  ପ୍ରକାଶ ଯେ, ଅଭିଯୁକ୍ତ କୃଷ୍ଣ  ଗତ ୨୦୧୮ ଅକ୍ଟୋବର ୨୦ ତାରିଖ ରେ ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଙ୍କ ଜାଲ ଦସ୍ତଖତ କରି ତାଙ୍କ ନାଁ ରେ ଥିବା ଏକ ଜାତୀୟ ବ୍ୟାଙ୍କ ରୁ ତିତଲି କ୍ଷତିପୂରଣ ଜମାଖାତା ରୁ ୩୦ ଲକ୍ଷ ୨୮୪୦୦ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ତହସିଲଦାର ଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ମାମଲା ନଂ.୧୮୪/୧୮  ଦଫା – ୪୨୦/୪୬୫/୪୬୮/୪୭୧/୩୪ ଅନୁଯାୟୀ ଅଭିଯୁକ୍ତ ଙ୍କୁ ଗିରଫ କରି ସେ ପୋଲିସ କୋର୍ଟ ଚାଲାଣ କରିଥିଲେ। ସେ ଜାମିନ ରେ ମୁକୁଳିବା ପରେ ପୁଣି ଥରେ ଏଭଳି ଠକେଇ କରି ଧରାପଡ଼ିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ