ପାଇଖାନାରେ ପଡି ଭଣଜା ମୃତ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ମାମୁଁଙ୍କ ଶୁଦ୍ଧିକ୍ରୀୟାରେ ଯୋଗଦେବାକୁ ଆସିଥିବାବେଳେ ଭଣଜା ପାଇଖାନାରେ ପଡି ମୃତ୍ୟୁବରଣ କରିଛନ୍ତି । ଏପରି ଦୁଃଖଦ ଖବର ଦେଖିବାକୁ ମିଳିଛି ନିକଟସ୍ଥ ବସନ୍ତିଆ ଗ୍ରାମରେ । ଖବରରୁ ଜଣାଯାଇଛି ଯେ ବସନ୍ତିଆ ଗ୍ରାମର ବଇନ ଓଝାଙ୍କ ଗତକାଲି ଦଶାହ ଶୁଦ୍ଧି କ୍ରୀୟାରେ ଯୋଗଦେବାକୁ ତାଙ୍କ ଭଣଜା ସିଲନ୍ଦି ଗ୍ରାମର ଧୁକୁଡି ଓଝା (୭୦) ଆସିଥିଲା । ଆଜି ସକାଳେ ସେ ଶୌଚ ହେବାକୁ ପାଇଖାନାକୁ ଯାଇଥିବାବେଳେ ସେଠାରେ ପଡିଯାଇ ଥିଲେ । ପରିବାରର ଅନ୍ୟ ସଦସ୍ୟ ପାଇଖାନାକୁ ଯିବା ବେଳକୁ ସେ ପଡିଥିବା ଦେଖିବାକୁ ପାଇ ତୁରନ୍ତ ଉଦ୍ଧାର କରିବାପରେ ସେ ମୃତ୍ୟୁବରଣ କରିସାରିଥିବା ଜଣାପଡିଥିଲା । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ