ଯୁବ ଓ ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଖଣ୍ଡଗିରି ପାହାଡ଼ ,ବସ୍ଷ୍ଟାଣ୍ଡ ସଫେଇ

ଭୁବନେଶ୍ୱର,( ଯୁଗାଜ ନ୍ୟୁଜ୍) : ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯୁବ ଛାତ୍ର ସାମ୍ମୁଖ୍ୟ ତରଫରୁ ଜନସାଧାରଣଙ୍କୁ ସ୍ୱଚ୍ଛ ଭୁବନେଶ୍ୱର ତଥା ପରିବେଶ ସୁରକ୍ଷା ବିଷୟରେ ସେଚତନ କରିବା ପାଇଁ କ୍ରମାଗତ ଭାବରେ ତାର ପ୍ରୟାସ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ସାମ୍ମୁଖ୍ୟ ପକ୍ଷରୁ ଓଡ଼ିଶାର ଐତିହ୍ୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ଖଣ୍ଡଗିରି ପାହାଡ଼ ଏବଂ ଖଣ୍ଡଗିରି ବସ୍ଷ୍ଟାଣ୍ଡକୁ ସଫେଇ କରାଯାଇଥିଲା । ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପର୍ଯ୍ୟଟକମାନେ ଖଣ୍ଡଗିରି ପାହାଡ଼କୁ ପରିଦର୍ଶନରେ ଆସିଥାନ୍ତି । ଏହି ପରିଦର୍ଶନ ସମୟ ମଧ୍ୟରେ ବିଭିନ୍ନ ପ୍ରକାର ସାମଗ୍ରୀକୁ ଏଠାରେ ଫୋପାଡ଼ି ଦେଇ ପରିବେଶ ପ୍ରଦୂଷଣ କରିଥାନ୍ତି । ସେହିପରି ପ୍ରତିଦିନ ଶହ ଶହ ସଂଖ୍ୟାରେ ଯାତ୍ରୀମାନେ ଖଣ୍ଡଗିରି ବସ୍ଷ୍ଟାଣ୍ଡରେ ଯାତାୟାତ କରିବା ସହିତ ବସ୍ଷ୍ଟାଣ୍ଡରେ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ପକାଇ ପରିବେଶ ପ୍ରଦୂଷଣ କରିଥାନ୍ତି । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସାମ୍ମୁଖ୍ୟର ସଦସ୍ୟମାନେ ସଫେଇ କାର୍ଯ୍ୟ କରିଥିଲେ । ଏଥିସହିତ ସାମ୍ମୁଖ୍ୟ ତରଫରୁ ଖଣ୍ଡଗିରି ଦାୟିତ୍ୱରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଏବଂ ଖଣ୍ଡଗିରି ବସ୍ଷ୍ଟାଣ୍ଡ ଦାୟୟିତ୍ୱରେ ଥିବା ଏନ୍ଏସି ଏବଂ ବିଏମ୍ସିର କର୍ତ୍ତୃପକ୍ଷଙ୍କୁ ଆସାନ୍ତା ଦୁଇ ସପ୍ତାହ ମଧ୍ୟରେ ଖଣ୍ଡଗିରି ପାହଡ଼ ସହ ଖଣ୍ଡଗିରି ବସ୍ଷ୍ଟାଣ୍ଡ ସରସ, ସୁନ୍ଦର ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ଜଣାଇ ଦିଆଯାଇଥିଲା । ଯଦି ଦୁଇସପ୍ତାହ ମଧ୍ୟରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ବିଏମ୍ ଓ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତୀକାତ୍ମକ ଅନଶନ ସହିତ ଧାରଣା ଦିଆଯିବ ବୋଲି ସୂ•ଇ ଦିଆଯାଇଛି । ଏହି ସଫଇ କାର୍ଯ୍ୟକ୍ରମରେ ପ୍ରୀତେଶ ରଞ୍ଜନ ଦାସ, ଅମିତ କୁମାର ସାହୁ, ନବଘନ ବେହେରା, ପ୍ରେମ୍ ଥାଟୋଇ, ନବୀନ ପଣ୍ଡା ଏବଂ ଛାତ୍ର ସଂଗଠନ ତରଫରୁ କିଶନ କୁମାର ସାଥୁଆ, ସୁବାସ ଦାସ, ସତ୍ୟପ୍ରକାଶ ମହାନ୍ତି, ଲକ୍ଷ୍ମୀପ୍ରିୟା ରାଉତ, ସ୍ୱାତୀସୁମନ ପ୍ରଧାନ ପ୍ରମୁଖ ଯୋଗଦେଇ ଖଣ୍ଡଗିରି ବସ୍ଷ୍ଟାଣ୍ଡ ଏବଂ ଖଣ୍ଡଗିରି ପାହାଡ଼ରୁ ବିଭିନ୍ନ ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ୍, ପଲିଥିନ୍, ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ସଫେଇ କରିବା ସହ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ