ପୁରାତନ ଛାତ୍ର ପରିଷଦର ଦ୍ୱିତୀୟ ସମାବର୍ତନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଲକ ଅନ୍ତର୍ଗତ ତିହୁଡାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କୁ ନେଇ ଦ୍ୱିତୀୟ ସମାବର୍ତନ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ନିରଂଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗତବର୍ଷର ଉତ୍ସବର ସମୀକ୍ଷା କରାଯିବା ସହିତ ଦ୍ୱିତୀୟ ସମାବର୍ତନ ଉତ୍ସବ ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ଅକ୍ଟୋବର ୬ ତାରିଖରେ ଦ୍ୱିତୀୟ ସମାବର୍ତନ ଉତ୍ସବ କରାଯିବ ବୋଲି ପୁରାତନ ଛାତ୍ର ପରିଷଦର ସଭାପତି ଦେବପ୍ରସାଦ ସ୍ୱାଇଁ ଘୋଷଣା କରିଥିଲେ । ଆଗାମୀ ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ବିଦ୍ୟାଳୟ ତଥା ନାଉଗାଁ ବ୍ଲକର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ପରିଷଦର ସମ୍ପାଦକ ପ୍ରସନ୍ନଜିତ ସାହୁ ପ୍ରକାଶ କରିଥିଲେ । ଉକ୍ତ ବୈଠକରେ ବିଦ୍ୟାଳୟର ଗୁରୁଜୀ ନୃସିଂହ ଚରଣ ଦାସ, ଲକ୍ଷ୍ମଣ କୁମାର ସାହୁ, ଶ୍ରିବତ୍ସ କୁମାର ଲେଙ୍କା, ସାନ୍ନିଧ୍ୟ ପ୍ରସାଦ ଦାସ, ସୂର୍ଯ୍ୟ କୁମାର ସ୍ୱାଇଁ, ଚୀରଂଜିବ ମହାରଣା, ଅନିକେତ ଦାସ, ଜିତେନ୍ଦ୍ର ସେଠୀ, ଅମୀୟ ସାହୁ, ସ୍ମୃତିରଂଜନ ମହାନ୍ତି, ରିତିକ୍ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପରିଷଦର ସମ୍ପାଦକ ବୈଠକ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ପୃଥ୍ୱୀରାଜ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


