ମୁଳୁଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଦ୍ବିତୀୟ ପର୍ଯ୍ୟାୟ ଆଣ୍ଟିଜେନ୍ ପରୀକ୍ଷା
ଜଗତସିଂହପୁର, (ଅନସୂୟା ରାଉତ):ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ପରୀକ୍ଷା ଶେଷ ହୋଇଛି । ପଞ୍ଚାୟତର ୧୮ଗୋଟି ୱାର୍ଡ଼ର ୨୧ ଜଣ ବ୍ୟକ୍ତି କୋଭିଡ୍ ପରୀକ୍ଷା କରିଥିଲେ । ସମସ୍ତଙ୍କ ନେଗେଟିଭ୍ ରିପୋର୍ଟ ଆସିଛି । ପ୍ରଥମ ପର୍ଯ୍ୟାୟରେ ୫୦ଜଣ ପରୀକ୍ଷା କରିଥିଲେ ସେମାନଙ୍କ ମଧ୍ୟରୁ ୫ଜଣ ପଜେଟିଭ୍ ଥିଲେ । ଏବେ ଗାଁ ଲୋକଙ୍କ ଶରୀରରେ କୋଭିଡ୍ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି ଅଚ୍ୟୁତାନନ୍ଦ ପରିଡା ଆୟୋଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ କମଳାକାନ୍ତ ମହାପାତ୍ର, ଶିକ୍ଷାବିତ ସମାଜସେବୀ ରାକେଶ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ସରପଞ୍ଚ ପ୍ରତିନିଧି ଅଚ୍ୟୁତାନନ୍ଦ ପରିଡାଙ୍କ ସ୍ବାସ୍ଥ୍ୟ ସେବା ଏହି କାର୍ଯ୍ଯକୁ ସବୁଦିଗରୁ ପ୍ରଶଂସା କରାଯାଇଛି ।