ଗଛ ଲଗାଇବା କାହା ପାଇଁ

ପିଲାବେଳେ ସ୍କୁଲ୍ରେ ପାଠ ପଢିଲା ବେଳେ ଜାଣିବାକୁ ପାଇଥିଲି ଜଣେ ବୁଢାଲୋକ ତାଙ୍କ ବଗି·ରେ ଗଛଟିଏ ଲଗାଉଥିବାର ଦେଖି ତାଙ୍କର ନାତି ପ୍ରଶ୍ନ କରିଥିଲା, ଜେଜେ ଏ ଗଛ କାହିଁକି ଲାଗାଉଛ! ଜେଜେଙ୍କର ଉତ୍ତର ଥିଲା, ଏ ଗଛଟି ବଡ଼ ହେଲେ ଫଳ ଫଳିବ, ଛାଇ ଦେବ ଓ ଅମ୍ଲଜାନ ପ୍ରଦାନ କରିବ ଯାହା ନିଶ୍ୱାସ ପ୍ରସାସ ନେବାରେ ସହାୟକ ହେବ । ନାତିଟି ପୁଣି ପ୍ରଶ୍ନ କରିଥିଲା, ଜେଜେ ଗଛଟି ବଡ଼ ହୋଇ ଫଳ ଫଳିବା ବେଳକୁ ତ ତମେ ଆଉ ବଞ୍ôଚ ନଥିବ? ଜେଜେ ପୁଣି ଉତ୍ତର ଦେଇଥିଲେ, ମୁଁ ସିନା ବଞ୍ôଚନଥିବି, ହେଲେ ଏ ଗଛର ଫଳକୁ ମୋ ପୁଅ ଓ ନାତିନାଜୁଣୀମାନେ ତ ଉପଭୋଗ କରିବେ! ଏଥର ପିଲାଟି ଜେଜେଙ୍କ ଗଛ ଲଗାଇବାର ରହସ୍ୟ ବୁଝିପାରିଥିଲା ଏବଂ ଜେଜେଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ଗଛରେ ପାଣି ଦେଇଥିଲା । ଗଛ ଓ ମଣିଷ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ସଦୃଶ । ଗଛ ହିଁ ଜୀବନ । ଗଛ ଛାଡ଼ୁଥିବା ଅଙ୍ଗାରକାମ୍ଲକୁ ଆମେ ଅମ୍ଲଜାନ ଭାବରେ ଗ୍ରହଣ କରୁଥିବା ବେଳେ ଆମେ ଛାଡ଼ୁଥିବା ଅଙ୍ଗାରକାମ୍ଲକୁ ଗଛ ମଧ୍ୟ ଗ୍ରହଣ କରିଥାଏ । ସେଥିପାଇଁ ଗଛକୁ ମଣିଷର ବନ୍ଧୁ ବୋଲି କୁହାଯାଏ । ଗଛ ବିନା ମଣିଷ ତଥା ଜୀବଜଗତ ବଞ୍ôଚବା ଅସମ୍ଭବ । ଗଛ ସହିତ ମଣିଷର ସମ୍ପର୍କ କେଉଁ ଯୁଗରୁ ରହିଆସିଛି ତାହା ସଠିକ୍ ଜଣା ନଥିଲେ ମଧ୍ୟ ଏହା ମନୁଷ୍ୟ ପାଇଁ ଏକ ଅମୂଲ୍ୟ ସମ୍ପଦ । ଗଛ ଆମକୁ ଫୁଲ ଦେଉଛି, ଫଳ ଦେଉଛି, ଛାଇ ପ୍ରଦାନ କରୁଛି । ଆମ ବାପା, ଅଜା ଅମଳରୁ ଲଗାଯାଇଥିବା ଗଛକୁ ଏବେ ମଧ୍ୟ ଆମେ ଉପଭୋଗ କରୁଛୁ ଓ ଆମ ପର ପୀଢି ମଧ୍ୟ ଉପଭୋଗ କରି·ଲିବେ । ମୁଁ ମଧ୍ୟ ଗଛ ଉପରେ ଚଢିଛି, ତାର ଫଳ ଖାଇଛି, ଫୁଲ ଆଣିଛି, ତାର ଡ଼ାଳରେ ଖେଳିଛି ଏବଂ ତାକୁ ମଧ୍ୟ ବହୁ ଆଘାତ ଦେଇଛି । ଏସବୁ ସତ୍ତେ୍ୱ ସେ କେବେ ବି ମୋତେ ଆପତ୍ତି ଅଭିଯୋଗ କରିନାହିଁ କି ମୋ ଉପରେ ଅଭିମାନ କରିନି । ପୃଥିବୀରେ ଅନେକ ପ୍ରକାରର ଗଛ ଅଛି ସେଥିମଧ୍ୟରୁ କେତେକ ଦେବଯୋଗ୍ୟ ଗଛ ଓ ଆଉ କେତେକ ଔଷଧୀୟ ଗଛ । ବେଲ, ଅଁଳା, ଅଶ୍ୱତ୍ଥ, ବଉଳ, ବର ଆଦି ଗଛମାନଙ୍କୁ ପୂଜା କରାଯାଉଥିବା ବେଳେ ଅନେକ ପ୍ରକାର ଗଛରୁ ବିଭିନ୍ନ ପ୍ରକାର ଔଷଧ ତିଆରି ହେଉଛି । ଗଛର ଫୁଲ, ଫଳ ଓ ପତ୍ର ମଧ୍ୟ ବିଭିନ୍ନ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ । ନିମ୍ବ ଗଛରୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦାରୁ ମଧ୍ୟ ତିଆରି ହୋଇଥାଏ । ଆମ ଦେଶ ଭାରତ ହେଉଛି ମୁନିଋଷିମାନଙ୍କ ଦେଶ, ଋଷି ପରମ୍ପରା ଆମର ଧର୍ମ । ଏହି ମୁନିଋଷିମାନେ ମଧ୍ୟ ଗଛ ତଳେ ବସି ଯୋଗ ସାଧନା କରିବା ସହିତ ବିଭିନ୍ନ ଗଛର ପତ୍ର, ଫୁଲ, ଫଳ ଓ ଚେରରୁ ବିଭିନ୍ନ ପ୍ରକାର ଆୟୁର୍ବେଦ ଔଷଧ ତଆରି କରିଥାନ୍ତି ଏବଂ ଏହି ଔଷଧକୁ ବ୍ୟବହାର କରି ଲୋକମାନେ ବିଭିନ୍ନ ଦୂରାରୋଗ୍ୟରୁ ମୁକ୍ତି ପାଇଥାନ୍ତି । ଏବେ ବି ଭାରତରେ ବହୁ ଲୋକ ଏହି ଆୟୁର୍ବେଦ ଔଷଧ ବ୍ୟବହାର କରୁଛନ୍ତି । ସେହିପରି ଅନେକ ପଶୁ, ପକ୍ଷୀ ଓ ସରୀସୃପମାନଙ୍କୁ ମଧ୍ୟ ଗଛ ଆଶ୍ରୟ ଦେଇ ବିଭିନ୍ନ ବିପଦ ଆପଦ, ଖରା ଓ ବର୍ଷାରୁ ରକ୍ଷା କରିଥାଏ । ବିଭିନ୍ନ ବୁଲା ବିକାଳୀ, ଠେଲାଗାଡ଼ି ଦୋକାନୀମାନେ ଗଛ ତଳେ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିଲା ବେଳେ ପ୍ରବଳ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ପଥ·ରୀଙ୍କ ସମେତ ବୁଲା ଗୋରୁ ଗାଈ ଓ ପଶୁପକ୍ଷୀମାନେ ମଧ୍ୟ ଗଛର ଛାଇରେ କ୍ଲାନ୍ତି ମେଣ୍ଟାଇଥାନ୍ତି । ସମ୍ପ୍ରତି ବୃକ୍ଷ ଛେଦନ ଫଳରେ ଜଙ୍ଗଲ ଆଜି ଧ୍ୱଂସାଭିମୁଖୀ । ପ୍ରତିଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଛଅ ଋତୁ ଆଜି ସାତସପନ । ଜୈବ ବିବିଧତା ବି ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖା ଦେଇଛି ଅନେକ ସମସ୍ୟା । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା । ଗ୍ଲୋବାଲ ୱାର୍ମିଂର ପ୍ରଭାବ ମଣିଷର ଜୀବନକୁ ଦୁର୍ବିସହ କରିବାରେ ଲାଗିଛି । ଦେଖାଦେଇଛି ଭୂତଳ ଜଳସ୍ତର ହ୍ରାସ, ବିବର୍ତ୍ତମାନ ପରିବେଶ, ଜଳବାୟୁ ଓ ବିପର୍ଯ୍ୟୟମୁଖୀ ସବୁଜିମା ଜୀବଜଗତକୁ ଠେଲି ଦେଇଛି । ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ବନ ତଥା ବନ୍ୟଜନ୍ତୁଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରକୃତିକୁ ସୁରକ୍ଷିତ ରଖିଲେ ପ୍ରକୃତି ଆମକୁ ସୁରକ୍ଷା ଦେବ । କଥାରେ ଅଛି ଜଙ୍ଗଲ ମେଁ ମଙ୍ଗଲ । ଅର୍ଥାତ୍ ଜଙ୍ଗଲରେ ମଙ୍ଗଳ ଥାଏ । ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକ ଓ ବାତ୍ୟାରେ ଅସଂଖ୍ୟ ଗଛ ନଷ୍ଟ ହେବା ଫଳରେ ତାର ପ୍ରଭାବ ଆମ ସମାଜ ଉପରେ ପଡୁଥିବା ବେଳେ ଚଳିତ ବର୍ଷ ଫନି ମହାବାତ୍ୟାରେ ନଷ୍ଟ ହୋଇଥିବା ଗଛକୁଡ଼ିକ ଯୋଗୁ ଏହାର ପ୍ରଭାବ ଦ୍ୱିଗୁଣିତ ହୋଇଯାଇଛି । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏବଂ ପରିବେଶକୁ ସୁରକ୍ଷା ଦେବାକୁ ଯାଇ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସ୍କୁଲ୍ ଓ କଲେଜ ଓ ବିଭିନ୍ନ ଅନୁଷ୍ଠାନମାନଙ୍କ ତରଫରୁ ବ୍ୟାପକ ବୃକ୍ଷରୋପଣ କରାଯାଇ ଏହାର ସୁରକ୍ଷା ନିଆଯିବା ସହ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ସଚେତନତାର ବାର୍ତ୍ତା ବଣ୍ଟା ·ଲିଥିବା ବେଳେ ସରକାରଙ୍କ ତରଫରୁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି । ବିଭିନ୍ନ ବଦାନ୍ୟ ବ୍ୟକ୍ତି ତଥା ଦାତବ୍ୟ ଅନୁଷ୍ଠାନମାନଙ୍କ ତରଫରୁ ସୁସ୍ଥ ସମାଜ ଓ ସବୁଜିମାମୟ ପରିବେଶ ସୃଷ୍ଟି କରିବା ପାଇଁ ମାଗଣରେ ବିଭିନ୍ନ ·ରା ବଣ୍ଟନ କରାଯାଇ ଏହାର ପ୍ର·ର ଓ ପ୍ରସାର ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।ସେହିପରି ବିଭିନ୍ନ କାରଣରୁ ଜଙ୍ଗଲ ପରିସୀମା ଓ ଘନତ୍ୱ ହ୍ରାସ ପାଇବାରେ ଲାଗିଛି । ଏଥିସହିତ ତାଳ ଦେଇ ଜଳବାୟୁ ପରିବର୍ତ୍ତନ ସହିତ ଜଳାଭାବ ଗୁରୁତର ରୂପ ନେଇଛି । ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସବୁଜିମା ଦିନକୁ ଦିନ କମିବାରେ ଲାଗିଛି । ପ୍ରତିବର୍ଷ ବନୀକରଣ ମାଧ୍ୟମରେ ନୂତନ ଜଙ୍ଗଲ ସୃଷ୍ଟି କରାଯାଉଛି ହେଲେ ଉପଯୁକ୍ତ ରକ୍ଷଣା ବେକ୍ଷଣର ଅଭାବ ଯୋଗୁ ଗଛଗୁଡ଼ିକ ତିଷ୍ଠିପାରୁ ନାହିଁ । କେବଳ ନାମକୁ ମାତ୍ର ଜଙ୍ଗଲ ସୃଷ୍ଟି କରାଯାଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଜଙ୍ଗଲ ପଦା ହେବା ଫଳରେ ମୂଲ୍ୟବାନ କିସମର ଗଛ ଲୋପ ପାଇଯାଉଛି । ଗଷ୍ଟ ନଷ୍ଟ ହେବା ଫଳରେ ଜଳସ୍ତର ହ୍ରାସ ପାଉଛି ଏବଂ ମୃତ୍ତିକା କ୍ଷୟ ହେଉଛି । ଏହାର ପ୍ରଭାବରେ ବଣ୍ୟପ୍ରାଣୀ ଜନବସତିକୁ ମୁହାଁଉଛନ୍ତି । ଏହି ବନ୍ୟପ୍ରାଣୀମାନେ ଜନବସତିକୁ ମୁହାଁଇ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି । ଫଳରେ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି । ବହୁ ପ୍ରଜାତିର ଜୀବଜନ୍ତୁ, ପଶୁପକ୍ଷୀ, କୀଟପତଙ୍ଗ ଲୋପ ପାଇବାକୁ ଲାଗିଲାଣି । ଜଳାଭାବ ଯୋଗୁ ମାଟି ଶୁଷ୍କ ହୋଇ ଯାଉଥିବାରୁ ·ଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ·ଷରେ ବାଧା ସୃଷ୍ଟି ହେବା ଫଳରେ ·ଷୀମାନେ ·ଷକାର୍ଯ୍ୟରେ କ୍ଷତିର ସମ୍ମୁଖୀନ ହୋଇ ଆତ୍ମହତ୍ୟା କରୁଛନ୍ତି । ଫଳରେ ଏହାର ପ୍ରଭାବ ସମାଜ ଉପରେ ପଡୁଛି । ଜଳସ୍ତର ହ୍ରାସ ପାଉଥିବାରୁ ଜଳ ସଙ୍କଟ ଉଗ୍ରରୂପ ଧାରଣ କଲାଣି । ପାନୀୟ ଜଳ ପାଇଁ ଲୋକମାନେ ଡ଼ହଳ ବିକଳ ହେଉଛନ୍ତି । ଏଣୁ ବହୁ ପରିମାଣରେ ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି କରିବା ସହ ତାହାର ଉପଯୁକ୍ତ ସୁରକ୍ଷା ନିଆଯାଇ କିପରି ଜଙ୍ଗଲ ପରିସୀମା ବୃଦ୍ଧି ପାଇବା ସହ ଏହାର ସବୁଜିମା ଓ ଘନତ୍ୱ ଫେରି ପାଇବ ସେଥିପାଇଁ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀମାନେ ଉଦ୍ୟମ ଜାରି ରଖିଛନ୍ତି । ତେବେ ଗଛ ଆମର ଏତେ ଉପକାରରେ ଆସୁଥିଲେ ମଧ୍ୟ କିଛି ଅସାଧୁ ବ୍ୟବସାୟୀଙ୍କ ଯୋଗୁଁ ଶହ ଶହ ଗଛ କଟା·ଲିଛି । ଏହି ବ୍ୟବସାୟୀମାନେ ମୂଲ୍ୟବାନ ଗଛ କାଟି ତାକୁ ଚଢା ଦରରେ େ·ରା ·ଲାଣ କରି ମାଲେମାଲ ହେଉଛନ୍ତି । ରାଧେ ରାଧେ, ତମର ଅଧେକୁ ଆମର ଅଧେ ନ୍ୟାୟରେ ଏହି ମଉକାରେ ଫାଇଦା ଉଠାନ୍ତି ବିଭାଗୀୟ ଅଧିକାରୀ ଓ କିଛି ମୁଷ୍ଟିମେୟ ରାଜନେତା । ସେପଟେ ଶିଳ୍ପ ପ୍ରତିଷ୍ଠା ଓ କଳକାରଖାନା ତିଆରି ପାଇଁ ଶହ ଶହ ଜଙ୍ଗଲ ମରୁଭୂମିରେ ପରିଣତ ହେଉଛି । ବଳି ପଡ଼ୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାର ଗଛ । ଏହି କଳ କାରଖାନାର ମାଲିକମାନେ ପ୍ରଶାସନିକ ଅଧିକାରୀଙ୍କ ସହିତ ସଲାସୁତୁରା ହୋଇ ମୋଟା ଅଙ୍କର ଉକ୍ରୋଚ ଦେଇ ଗଛ କଟାଯାଇ ସେଠାରେ ବିଭିନ୍ନ ପ୍ରକାର କଳ କାରଖାନା ତିଆରି ହେଉଛି । ଗଛ କାଟିବା ଯୋଗୁ ପରିବେଶ ତ ପ୍ରଦୂଷଣ ହେଉଛି, ଏହି କଳ କାରଖାନା ପ୍ରତିଷ୍ଠା ଫଳରେ ଏହାର ବିଷାକ୍ତ ଧୂଆଁ ବାୟୁ ମଣ୍ଡଳରେ ମିଶୁଥିବା ବେଳେ ଏଥିରୁ ନିର୍ଗତ କେମିକାଲଯୁକ୍ତ ମଇଳା ପାଣି ନଦୀ ଓ ନାଳରେ ମିଶି ବିଷାକ୍ତ ହେବାରେ ଲାଗୁଛି । ଫଳରେ ଏହି ନଦୀ ନାଳର ପାଣିକୁ ବ୍ୟବହାର କରି ମଣିଷ ଓ ପଶୁପକ୍ଷୀମାନେ ମୃତ୍ୟୁବରଣ କରିବା ସହିତ ମାରାତ୍ମକ ରୋଗର ଶିକାର ହେଉଛନ୍ତି । କଳ କାରଖାନାକୁ ଲାଗି ରହିଥିବା ବହୁ ·ଷ ଉପଯୋଗୀ ଜମିରେ ବିଷାକ୍ତ ଧୂଆଁ ଓ କେମିକାଲ ପାଣି ମାଡୁଥିବାରୁ ଉକ୍ତ ଜମିରେ ଫସଲ ହୋଇପାରୁ ନାହିଁ । ଫଳରେ ଶହ ଶହ ·ଷୀ ନିଜର ଜୀବିକା ହରାଇ ବସୁଛନ୍ତି । ଏଥି ପ୍ରତି ପ୍ରଶାସନ କିମ୍ବା କଳକାରଖାନାର ମାଲିକମାନେ ସଚେତନ ହେଉନାହାଁନ୍ତି, ବରଂ ଅଭିଯୋଗ କଲେ ମିଳୁଛି ହତ୍ୟା ଧମକ । ଗୋଟିଏ ପଟେ ପରିବେଶକୁ ସୁରକ୍ଷା ଦେବାକୁ ଯାଇ ବୃକ୍ଷ ରୋପଣ ସହ ଏହାର ସୁରକ୍ଷା ନେବାକୁ ବ୍ୟାପକ ପ୍ର·ର ଓ ପ୍ରସାର କରାଯାଉଥିବା ବେଳେ ଅପର ପକ୍ଷେରେ ଶିଳ୍ପ ପ୍ରତିଷ୍ଠା ଓ କଳ କାରଖାନା ପ୍ରତିଷ୍ଠା ନାମରେ କଟା ·ଲିଛି ଲକ୍ଷ ଲକ୍ଷ ସଂଖ୍ୟରେ ଗଛ । ତେଣୁ ଗଛ ଲଗାଇବା କାହା ପାଇଁ?

ସୁବାସ କୁମାର ତାରଣିଆଁ

ମୋ : ୮୩୨୮୮୪୦୨୧୪

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ