ପରଲୋକରେ ମାଧବ ଆପ୍ଟେ
(ଯୁଗାବ୍ଦ ନ୍ୟୁଜ) : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ମାଧବ ଆପ୍ଟେଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ଅନେକ ଦିନ ହେବ ସେ ଅସୁସ୍ଥ ହୋଇ ମୁମ୍ବାଇର ବ୍ରିଜ୍ କେଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୧୯୩୨ ମସିହା ଅକ୍ଟୋବର ୫ ରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୫୦ ମସିହା ବେଳକୁ ଜଣେ ଓପନର୍ ଭାବେ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଥିଲେ। ଭାରତ ପାଇଁ ସେ ୭ଟି ଟେଷ୍ଟ ଖେଳି ୪୯.୫ ହାରରେ ୫୪୨ ରନ କରିଥିଲେ। ଏହାସହ ପ୍ରଥମଶ୍ରେଣୀ କ୍ରିକେଟ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।


