ଶୁଟିଂ ପୂର୍ବରୁ ଫିଲ୍ମ ଛାଡ଼ିଲେ ସୈଫ୍

ମୁମ୍ବାଇ: ବଲିଉଡର ପ୍ରାୟ ସବୁ କଳାକାରଙ୍କ ସ୍ୱପ୍ନ ଥାଏ ୟଶରାଜ୍ ବ୍ୟାନରରେ କାମ କରିବା ପାଇଁ । ତେବେ ସବୁ କଳାକାରଙ୍କ ଭାଗ୍ୟରେ ଏହା ଜୁଟେ ନାହିଁ । କିନ୍ତୁ ଛାଟେ ନବାବ୍ ସୈଫ୍ ଅଲ୍ଲୀ ଖାନ୍ ୟଶରାଜ୍ ବ୍ୟାନରର ଫିଲ୍ମ”ବଣ୍ଟି ଓ ବବ୍ଲି-୨’କୁ କରିବାକୁ ମନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଏହି ଫିଲ୍ମରେ ଲିଡ୍ ରୋଲରେ ସିଦ୍ଧାନ୍ତ ଚତୁର୍ବେଦୀ ଅଭିନୟ କରୁଥିବାବେଳେ ସେକେଣ୍ଡ ଲିଡ୍ ପାଇଁ ସୈଫ୍ଙ୍କୁ ଫାଇନାଲ୍ କରାଯାଇଥିଲା । ପ୍ରଥମେ ସୈଫ୍ ଏହି ରୋଲ୍ ପାଇଁ ରାଜି ହାଇଥିଲେ । କିନ୍ତୁ ଏବେ ହଠାତ୍ ମନା କରି ସେ ନିର୍ମାତାଙ୍କୁ ଝଟକା ଦେଇଛନ୍ତି । ଏହି ଫିଲ୍ମଟି ୨୦୦୫ରେ ଆସିଥିବା ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଚନଙ୍କ ଫିଲ୍ମ “ବଣ୍ଟି ଔର୍ ବବ୍ଲି’ର ସିକ୍ୱେଲ୍ । ପ୍ରଥମେ ଏହି ଫିଲ୍ମ ପାଇଁ ଅଭିଷେକ ବଚ୍ଚନଙ୍କୁ ଅଫର୍ କରାଯାଇଥିଲା । କିନ୍ତୁ ଅଭିଷେକଙ୍କୁ ଫିଲ୍ମର କାହାଣୀ ପସନ୍ଦ ନ ଆସିବାରୁ ସେ ମନା କରି ଦେଇଥିଲେ । ପରେ ନିର୍ମାତା ଏହି ରୋଲ୍ ପାଇଁ ସୈଫ୍ଙ୍କୁ ଅଫର୍ ଦେଇଥିଲେ । ତାଙ୍କୁ ଫିଲ୍ମର କାହାଣୀ ପସନ୍ଦ ଆସିଥିଲା ଓ ସେ ଫିଲ୍ମ ସାଇନ୍ କରିବାକୁ ପ୍ରସ୍ତୁତ ମଧ୍ୟ ହାଇଯାଇଥିଲେ । ଫିଲ୍ମର ଶୁଟିଂ ମଧ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବାର ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସୈଫ୍ ନିଷ୍ପତ୍ତି ବଦଳାଇ ନିର୍ମାତାକୁ ଅଡୁଆରେ ପକାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ