ରଣବୀରଙ୍କ ଉପରେ ସଲମାନ୍ ଖପ୍ପା

ମୁମ୍ବାଇ: ବଲିଉଡରେ ସଲମାନ୍ଙ୍କର ଭାରି ଖାତିର୍ ରହିଛି । ଅନେକ ବଡ଼ ବଡ଼ ପ୍ରଯୋଜକଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି । ତାଙ୍କ ସହିତ ଯିଏ ଶତ୍ରୁତା କରିଛି, ତାହା ତାଙ୍କୁ ମହଙ୍ଗା ପଡ଼ିଛି । ତେବେ ଏବେ ସଲମାନ୍ଙ୍କ ଟାର୍ଗେଟରେ ଅଛନ୍ତି ରଣବୀର କପୁର୍ । ପୂର୍ବରୁ କ୍ୟାଟ୍ରିନା କୈଫ୍ଙ୍କୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଥିଲା । ଆଉ ଏବେ ଏକ ଫିଲ୍ମର ଟାଇଟଲ୍କୁ ନେଇ ଦୁହିଁଙ୍କ ମଧ୍ୟରେ ଥିବା ପୁରୁଣା ଶତ୍ରୁତା ଉଜ୍ଜୀବିତ ହୋଇଛି ।
ଆଗକୁ ରଣବୀର ନିର୍ଦ୍ଦେଶକ ସନ୍ଦୀପ ରେ‡ି ବାଙ୍ଗାଙ୍କ ସହ କାମ କରିବାକୁ ଯାଉଛନ୍ତି । ସନ୍ଦୀପ ଏହା ପୂର୍ବରୁ ତେଲୁଗୁ ଫିଲ୍ମ “ଅର୍ଜୁନ ରେ‡ି’ର ରିମେକ୍ “କବୀର ସିଂହ’ ତିଆରି କରିଥିଲେ । ଏଥିରେ ଶାହିଦ୍ କପୁର ଅଭିନୟ କରିଥିଲେ ଓ ଏହା ବ୍ଲକବଷ୍ଟର୍ ମଧ୍ୟ ହାଇଥିଲା । ଏବେ ସେ ତାଙ୍କ ଆଗାମୀ ଫିଲ୍ମରେ ରଣବୀର କପୁରଙ୍କୁ ନେବାକୁ ଚାହୁଁଛନ୍ତି । ସେ ତାଙ୍କର ଏହି ନୂଆ ଫିଲ୍ମର ନାଁ ରଖିଛନ୍ତି ‘ଡେଭିଲ୍’, ଯାହା ସଲମାନଙ୍କୁ ଆଦୌ ପସନ୍ଦ ଆସିନାହିଁ ।
ଆପଣମାନେ ଜାଣିଥିବେ ଆଗକୁ ସଲମାନ୍ଙ୍କ ଫିଲ୍ମ “କିକ୍ ୨’ ଆସୁଛି । “କିକ୍’ ଭଳି ଏହି ଫିଲ୍ମରେ ମଧ୍ୟ ତାଙ୍କ ଚରିତ୍ରର ନାଁ ଡେଭିଲ୍ ରହିଛି । ତେଣୁ ସଲମାନ୍ଙ୍କ କହିବା କଥା ଯଦି ରଣବୀରଙ୍କ ଫିଲ୍ମର ନାଁ “ଡେଭିଲ୍’ ରହେ ଓ ସେମାନଙ୍କ ଫିଲ୍ମ ପାଖାପାଖି ରିଲିଜ୍ ହୁଏ, ତା’ହେଲେ ଦର୍ଶକମାନେ ଦ୍ୱନ୍ଦ୍ୱରେ ପଡ଼ିଯିବେ ।
“କିକ୍’ରେ ସଲମାନ୍ “ଭେଡିଲ୍’ ଚରିତ୍ରକୁ ଲୋକେ ଖୁବ୍ ପସନ୍ଦ କରିଥିଲେ । ସେ ଏହି ଚରିତ୍ରରେ ଫେମସ୍ ହାଇ ସାରିଛନ୍ତି । ତେଣୁ ସେ ଚାହୁଁ ନାହାନ୍ତି ଯେ ରଣବୀରଙ୍କ ଅପକମିଂ ଫିଲ୍ମର ନାଁ “ଡେଭିଲ୍’ ରହୁ ।
ଅନ୍ୟପକ୍ଷରେ ସନ୍ଦୀପ ରେ‡ୀ ବାଙ୍ଗା ଫିଲ୍ମ ନିର୍ମାତା ତଥା ଟି-ସିରିଜର ମାଲିକ ଭୂଷଣ କୁମାରଙ୍କ ସହ “ଡେଭିଲ୍’ର କାହାଣୀ ବିଷୟରେ କଥା ହୋଇସାରିଲେଣି । ଭୂଷଣ କୁମାର ଏହାର ପ୍ରଯୋଜନା ଦାୟିତ୍ୱ ନେବାକୁ ରାଜି ବି ହୋଇସାରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଫିଲ୍ମଟି ଆସନ୍ତା ବର୍ଷରେ ରିଲିଜ୍ ହେବ । ବାକି ଏହା ଦେଖିବା ବାକି ରହିଲା ଯେ ସଲମାନ୍ଙ୍କ ରାଗ ଦେଖି ରଣବୀର ଏ ଫିଲ୍ମରେ କାମ କରୁଛନ୍ତି ନା ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ