ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଆଗୁଆ ସଜବାଜ; ସଂଗଠନ ସୁଦୃଢ ଉପରେ ଗୁରୁତ୍ୱାରୋପ 

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ଆଉ କେଇଟା ମାସ ପରେ ପ୍ରାୟତଃ ପୌର ନିର୍ବାଚନ ଅନୁଷ୍ଠିତ ହେବ । ତାପରେ ପରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ନିମନ୍ତେ କନ୍ଧମାଳରେ ବିଜେପି ସଂଗଠନ ସୁଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆଗୁଆ ଆରମ୍ଭ କରିଛି । ତୃଣମୁଳ ସ୍ତରରୁ ସଂଗଠନକୁ ଅଧିକ ସୁଦୃଢ କରିବା ପାଇଁ ମଣ୍ଡଳସ୍ତରରେ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ । ଏଥିରେ ଦଳୀୟ ନେତୃବୃନ୍ଦ ଯୋଗ ଦେଇ କର୍ମୀଙ୍କୁ ପ୍ରଶିକ୍ଷଣ ଦେବେ। ତାପରେ କର୍ମୀମାନେ ଗାଁଗାଁ ବୁଲି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ବୁଝାଇବେ । କହିବାକୁ ଗଲେ କନ୍ଧମାଳରେ ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଯେଭଳି ଅଧିକ ସଫଳତା ହାସଲ କରିବ ସେଥି ନିମନ୍ତେ ଦଳୀୟ ନେତା,କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଜିଲ୍ଲା ସଭାପତି ଜଗନ୍ନାଥ ସାହୁ। ଫୁଲବାଣୀରେ ଆୟୋଜିତ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ପ୍ରସ୍ତୁତି ବୈଠକରେ ଶ୍ରୀ ସାହୁ ଅଧ୍ୟକ୍ଷତା କରି ଦଳର ସଂଗଠନ ସୁଦୃଢ ଉପରେ ଗୁରୁତ୍ବ ଦେଇଥିଲେ। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ଦଳବେହେରା,ଭଗବାନ ମହାନ୍ତି, ଦେବ ନାରାୟଣ ପ୍ରଧାନ,ରମେଶଚନ୍ଦ୍ର ମହାନ୍ତି,ରାମବିଶି ଦିଗାଲ, ଅଜିତ କୁମାର ପଟ୍ଟନାୟକ,ପରେଶ ମହାପାତ୍ର,ସୁଶାନ୍ତ କୁମାର ମହାନ୍ତି,ସନ୍ତୋଷ ପଣ୍ଡା,ଅନନ୍ତ ଦିଗାଲ,ମାନ ଗୋବିନ୍ଦ ପ୍ରଧାନଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଏବଂ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ୨୦୧୪ ଲୋକସଭା ଉପନିର୍ବାଚନରେ ବିଜେପି କନ୍ଧମାଳରେ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦ୍ବିତୀୟ ସ୍ଥାନକୁ ଯାଇଛି। ତାପରେ ପଞ୍ଚାୟତ ନିର୍ବାଚନ ହେଉ ସାଧାରଣ ନିର୍ବାଚନ। ଏସବୁ ନିର୍ବାଚନ ବି ବିଜେପି ଦ୍ବିତୀୟ ସ୍ଥାନରେ ରହି ବିଜେଡିକୁ କଡା ଟକର ଦେଇଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁ୍ଥିବାରୁ ଦଳ ଏକ ନମ୍ବରକୁ ଉଠି ଫଳାଫଳ ଭଲ କରିବ ବୋଲି ଆଶା ରଖି ଏବେଠୁ ସଂଗଠନକୁ ସୁଦୃଢ କରିବାରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଲାଗି ପଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ