ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ସଲପତଇଲା ଗ୍ରାମ ମୁଖ୍ୟ ସଡକରେ ଏକ କୋଇଲା ବୋଝୋଇ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ତାରସିଂ ଗ୍ରାମର ଅଶୋକ କୁମାର ଜାନୀ(୨୩)। ମିଳିଥିବା ସୂଚନା ମୁତାବକ ଅଶୋକ ନିଜ ବାଇକ( ଓଡି ୨୫ ଡି ୫୩୭୯) ରେ କୋକଳବା ଯାଇ ନିଜ ଘରକୁ ଫେରୁଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ କୋଇଲା ବୋଝେରଇ ଟ୍ରକ୍(ଟିଏନ୍ ୨୫ ଏକ୍ୟୁ ୨୭୦୪) ସହ ସଲପତଇଲା ଗ୍ରାମ ଠାରେ ଧକ୍କା ହୋଇଥିଲା । ଟ୍ରକଟି ଅଶୋକକୁ ଧକ୍କା ଦେଇ ଦଶପଲ୍ଲା ଆଡକୁ ଚାଲି ଯାଉଥିବା ବେଳେ କୋକଳବା ନିକଟରେ ଲୋକମାନେ ଅଟକାଇ ପୋଲିସ ଜିମା ଦେଇଥିଲେ । ଗୁରୁତର ଅବସ୍ଥାରେ ଅଶୋକ ସେଠାରେ ପଡି ରହିଥିବା ବେଳେ ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଅଶୋକକୁ ଡାକ୍ତରଖାନା ଆଣିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅଶୋକର ମୃତ୍ୟୁ ଘଟିଥିଲା । ଏହାପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ତାରସିଂ ଥାନାରେ କେସ୍ ନଂ ୨୪୩/୨୦ ରେ ଏକ ମାମଲା ରୁଜୁ ହୋଇଥିବା ତାରସିଂ ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ