ଡ଼ିଜିଟାଲ୍ ମିଡ଼ିଆ ଆସୋସିଏସନ୍ ର ନୂତନ କର୍ମକର୍ତ୍ତା ଚୟନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଡ଼ିଜିଟାଲ୍ ମିଡ଼ିଆ ଆସୋସିଏସନ୍ ପ୍ରଥମ ସାଧାରଣ ପରିଷଦ ବୈଠକରେ ଚୟନ କରାଯାଇଥିବା ନୂତନ କର୍ମକର୍ତ୍ତା ନାମ ଘୋଷଣା କରାଯାଇଛି । ସର୍ବ ସହମତି କ୍ରମେ ଲକ୍ଷ୍ମଣ କୁମାର ସାମନ୍ତରାୟଙ୍କୁ ସଭାପତି ଭାବେ ଏବଂ କ୍ଷୀରୋଦ କୁମାର ବେହେରାଙ୍କୁ ପୁର୍ନବାର ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ ପରିଷଦକୁ ନିରାକର ସାହୁ ଉପ-ସଭାପତି, ସୁଶାନ୍ତ କୁମାର ରାଉତ ସହ- ସଂପାଦକ, କୋଷାଧ୍ୟକ୍ଷ ମନୋଜ ଗୌଡ଼, ଅନୀଲ କୁମାର ପାଣିଗ୍ରାହୀ, ମନୋଜ ଗୌଡ଼, ପବିତ୍ର କୁମାର ମହାପାତ୍ର, ରାଜକୁମାର କର, ଲୀନା ସ୍ୱାଇଁ, ଯଯାତି କେଶରୀ ମହାନ୍ତି, ଡା. କୁମୁଦ ବେହେରା, ନାରାୟଣ ମିଶ୍ର, ଅଖିଳ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ସୁନୀଲ ନାୟକ ବଳରାମ ପଲାଇ, ଗଣେଷ ଡ଼ାକୁଆ, ସରୋଜ ମିଶ୍ର, ପ୍ରଦୀପ କୁମାର ଚୌଧୁରୀ, ଗିରିଜା ପ୍ରସାଦ ରଥଙ୍କୁ ମନୋନୀତ କରାଯାଇଥିଲା । ସଂଘର ମିଡ଼ିଆ ପରାମର୍ଶ ଦାତା ପ୍ରକାଶ ମିଶ୍ର ଏବଂ ପୂର୍ବତନ ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଥିଲା । ଏହାଛଡ଼ା ନୂତନ ଭାବେ ଆଇନ୍ ପରାମର୍ଶଦାତା ଭାବେ ଅନୀଲ କୁମାର ପାଣିଗ୍ରାହୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଂଘ, ରାଜ୍ୟ ସଂଘ ଅନୁବନ୍ଧିତ ହେବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ପରିଷଦକୁ ରମେଶ ଚନ୍ଦ୍ର ପାତ୍ର, ପ୍ରକାଶ ମିଶ୍ର, ଅନୀଲ ପାଣିଗ୍ରାହୀ, ଲକ୍ଷ୍ମଣ କୁମାର ସାମନ୍ତରାୟ, ନିରାକାର ସାହୁ, ରାଜ କୁମାର କର, କ୍ଷୀରୋଦ ଚନ୍ଦ୍ର ବେହେରା, ଯଯାତୀ କେଶରୀ ମହାନ୍ତି, ଲୀନା ସ୍ୱାଇଁ, ରଜନୀ ପାତ୍ର, ସୁଶାନ୍ତ କୁମାର ରାଉତ, ନାରାୟଣ ମିଶ୍ର, ନୃସିଂହନନ୍ଦ ପାଢିଙ୍କୁ ଜିଲ୍ଲା ସଂଘରୁ ରାଜ୍ୟ ସଂଘକୁ ନାମ ସୁପାରିଶ୍ କରାଯାଇଥିଲା । ସମସ୍ତଙ୍କ କାର୍ଯ୍ୟକାଳ 2 ବର୍ଷ ରହିବ ବୋଲି ନିଷ୍ପତ୍ତି ହୋଇଛି । ସଭାପତି ଲକ୍ଷ୍ମଣ କୁମାର ସାମନ୍ତରାୟ ସଭାପତିତ୍ୱ ରେ ଜାତୀୟ ପ୍ରେସ ଦିବସ ବ୍ରହ୍ମପୁର ଠାରେ ପାଳନ କରାଯାଇଥିଲା । ଏଥିରେ ଗଂଜାମ ଜିଲ୍ଲା ଓ ରାଜ୍ୟ ର ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ