ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଗଠନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସରସଦା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଗଦାଧର ଜେନାଙ୍କ ସଭାପତିତ୍ୱରେ ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଗଠନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଓ ପରୁଷୋତ୍ତମ ଧଳ, ପ୍ରଶିକ୍ଷକ ଭାବେ ଡ.ସୁଶାନ୍ତ ନାୟକ, ସିଆରସିସି ଗୌରାଙ୍ଗ ଚରଣ ନାଥ ପ୍ରମୁଖ ଯୋଗଦେଇ ଗୋଷ୍ଠୀ ଗଠନର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଧାନଶିକ୍ଷକ କାଶିନାଥ ପତି ଧନ୍ୟବାଦ ଦେଇଥିଲେ । ଅନୁରୂପ ଭାବେ କଣ୍ଟି, ରହଣିଆ ଓ ବାରିକପୁର କ୍ଲଷ୍ଟର ଠାରେ ଶିକ୍ଷଣ ଗୋଷ୍ଠୀ ଗଠନ ବୈଠକ ଅନୁଷ୍ଠିତ ହୋଇଯାଇଛି ।


