କୋଭିଡ଼ ନିଯୁକ୍ତ ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ରାଜ୍ୟର ବିରୋଧୀ ଦଳ ନେତା ଏବଂ ସମସ୍ତ ବିଧାୟକଙ୍କୁ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡେଇ ସିଂହଙ୍କ ନେତୃତ୍ୱରେ ବିଭିନ୍ନ ଜିଲ୍ଲାର ୨୦ ଜଣିଆ ପ୍ରତିନିଧି ଦଳ ରାଜ୍ୟର ପ୍ରମୁଖ ବିରୋଧୀ ଦଳର ସଭାପତି, ବିଧାୟକ ଏବଂ ବିରୋଧୀ ଦଳର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନାୟକ ଏବଂ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର ଏବଂ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ସମୀର ମହାନ୍ତି, ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଏବଂ ବିଭିନ୍ନ ଦଳର ବିଧାୟକମାନଙ୍କୁ କୋଭିଡ଼-୧୯ରେ ନିଯୁକ୍ତ ହୋଇଥିବା ମହିଳା ସ୍ୱାସ୍ଥ୍ୟକର୍ମୀମାନଙ୍କର ସ୍ଥାୟୀ ନିଯୁକ୍ତି ସମ୍ପର୍କରେ ଦାବୀପତ୍ର ପ୍ରଦାନ କରାଯାଇଥିଲା ଏବଂ ରାଜ୍ୟ ରାଜ୍ୟ ବିଧାନସଭାରେ ଚର୍ଚ୍ଚା ଆଲୋଚନା କରିବା ପାଇଁ ଅନୁରୋଧ କରାଯାଇଥିଲା ଏବଂ ଆବଶ୍ୟକସ୍ଥଳେ ସରକାରଙ୍କ ସହିତ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ ନିମନ୍ତେ ଅନୁରୋଧ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଜେପି ଦଳର ବିଧାୟକ ବିଷ୍ଣୁଚରଣ ସେଠୀ, ବ୍ରହ୍ମଗିରୀ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ପ୍ରମୁଖଙ୍କୁ ଭେଟି ଆଲୋଚନା କରାଯାଇଥିଲା । ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ସମର୍ଥନ ଜଣାଇ ଏ.ଏମ୍‌.ଏମ୍‌. ନିଯୁକ୍ତି ଉଚ୍ଛେଦ ଅବିଚାର ପ୍ରତି ସମ୍ବେଦନଶୀଳ ପ୍ରକାଶ କରିବା ସହିତ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ଦଳରେ ସାଧାରଣ ସମ୍ପାଦିକା ସଂଯୁକ୍ତା ସାହୁ, ସୁଚିତ୍ରା ଜେନା, ଶର୍ମିଷ୍ଠା ବେହେରା, କବିତା ଦାସ, ଦୀପିକା ପଟ୍ଟନାୟକ, ସସ୍ମିତା କୁମାରୀ ପ୍ରଧାନ, ମିନତୀ ମଲ୍ଲ, ମମତା ପ୍ରଧାନ, ସାଗରିକା ପ୍ରଧାନ, କାଦମ୍ବିନୀ ବଳ, ପଙ୍କଜିନୀ ଦାସ, କେଶବ ଚନ୍ଦ୍ର ସାହୁ, ଚନ୍ଦ୍ରଶେଖର ସେଠୀ ଏବଂ ସମ୍ବିତ କୁମାର ସାମଲ ପ୍ରମୁଖ ଏହି ଅଭିଯାନରେ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ