ଦିଗପହଣ୍ଡିରେ ୬୯ ତମ ଗୋ – ସମ୍ବର୍ଦ୍ଧନା ସମାରୋହ

ଦିଗପହଣ୍ଡି,(ୱାଇଏନ୍ଏସ୍): ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣିପଞ୍ଚାୟତ ଶୀର୍ଷ କମିଟି ସଭା ଗୃହରେ ଗୁରୁବାର ୬୯ ତମ ଗୋ- ପୂଜନ ଏବଂ ଗୋ – ସମ୍ବର୍ଦ୍ଧନା ସମାରୋହ ପାଳିତ ହୋଇଯାଇଛି । ସ୍ଥାନୀୟ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବ୍ଲକ ଅଧକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଯୋଗଦେଈ ଗୋ – ପୂଜନ କରିବାସହ ଉପସ୍ଥିତ ଚାଷୀ ମାନଙ୍କୁ ଗୋ ସମ୍ପଦର ଉନ୍ନତି ଏବଂ ବିକାଶ ଦିଗରେ କିପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ଦିଗରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଦିଗପହଣ୍ଡି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ଆଶିଷ କୁମାର ଦୋରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡ.ପ୍ରଦୀପ କୁମାର ସାହୁ ସଭାପତିତ୍ୱ କରିଥିଲେ। ଦିଗପହଣ୍ଡି ସ୍ଥିତ ଶ୍ରୀକୃଷ୍ଣ ଚୈତନ୍ୟ ଆଶ୍ରମର ପରିଚାଳକ ଯୋଗୀ ମହାରାଜ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦିଗପହଣ୍ଡି ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅନୀତା ଦୋରା, ବମକେଇ କେନ୍ଦ୍ରର ପ୍ରାଣୀ ଚିକିତ୍ସକ ଡ଼ା. ଚିତ୍ତରଞ୍ଜନ ପଣ୍ଡା, ଦିଗପହଣ୍ଡି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡ଼ା.ପ୍ରଜ୍ଞ୍ୟାରାଣି ସେଠୀ, ପାଟପୁର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ଡ଼ା.ସୁମିତ୍ରା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଭୀଷ୍ମଗିରି ପ୍ରାଣୀ ଚିକିତ୍ସା ଉପକେନ୍ଦ୍ର ର ଡ଼ା. ସିଦ୍ଧାର୍ଥ ଶଙ୍କର ପାଣିଗ୍ରାହୀ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ