ରାସ୍ତା ନବୀକରଣ ପାଇଁ ଵିଜେପିର ଜନଆନ୍ଦୋଳନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଛତାଵର ଠାରୁ ଭାୟା ମଞୁରୀ ରୋଡ ନୀଳକ ଯାଇଥିବା ପୂର୍ତ ବିଭାଗ ଅଧିନ ରାସ୍ତାଟି ଏବେ ଜରାଜୀଣ୍ଣ ହୋଇଯାଇଛି । ରାସ୍ତା ନବୀକରଣ ପାଇଁ ଆଜି ଵିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଜନ ଆନ୍ଦୋଳନ ଆରମ୍ଭ ହୋଇଛି । ଵିଜେପି ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଛତାବର, କୁଲଣା, ମଜୁରୀରୋଡ, ଛଚିଂଣା ଠାରେ ଆନ୍ଦୋଳନ ଆୟୋଜିତ ହୋଇଛି। ଏଥିରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନେ ଯୋଗଦେଇ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ।


