ମଙ୍ଗୁଳି ଛକ୍ ରେ ସଡ଼କ ଦୁର୍ଘଣାରେ ଜଣେ ବାଇକ୍ ଆରୋହି ମୃତ

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ତୃପ୍ତି ମୋଟର ସାମ୍ନାରେ ଏକ ବାଇକ୍ କୁ ଏକ ଅଜଣା ଟ୍ରକ୍ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବାର ଜଣାପଡିଛି । ଦୁଇ ଜଣ ଯୁବକ ଏକ ହୋଣ୍ଡା ସାଇନ୍ ( ଓ ଡି ୩୪ଜି ୨୨୮୭) ବାଇକ୍ ଯୋଗେ କଟକ ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଟ୍ରକ୍ ଧକ୍କା ଦେଇ ସେଠାରୁ ଫେରାର ହୋଇଯାଇଥିଲା । ଘଟଣା ସ୍ଥଳରେ ବାଇକ୍ ଚଳକଙ୍କ ମୃତ୍ୟୁ ଘଟି ଯାଇଥିବା ବେଳେ ଅନ୍ୟ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଗୁରୁତର ଆହତ ବ୍ୟକ୍ତିଙ୍କୁ କଟକ ବଡ଼ ମେଡ଼ିକାଲ ପଠାଇ ଘଟଣାର ତଦନ୍ତ ଚଳାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଦୁଇ ଯୁବକଙ୍କ ପରିଚୟ ମିଳି ପାରି ନାହିଁ । ଏଠାରେ ସୂଚନା ଯୋଗ୍ୟ ମଙ୍ଗୁଳି ଠାରେ ହେଉଥିବା ବେଆଇନ ଟ୍ରକ୍ ପାର୍କିଂ ଯୋଗୁଁ ଏହି ପରି ବହୁ ଦୁର୍ଘଟଣା ମାନ ଘଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ