ପୁରୁଣା ବସଷ୍ଟାଣ୍ଡ ମାଛ ମାର୍କେଟରେ ରାଜାରାଣୀ ହୋଟେଲ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡ ମାଛ ମାର୍କେଟରେ ଶୁକ୍ରବାର ପୂର୍ବାହ୍ନରେ ରାଜାରାଣୀ ହୋଟେଲ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହୋଟେଲ ମାଲିକ ସେକ ଆକବର ଅଲ୍ଲୀଙ୍କ ସମେତ ସେକ ଅନସାର ଅଲ୍ଲୀ, ସେକ ଅନଫ୍ୱାର ଅଲ୍ଲୀ, ସେକ ଅଫସର ଅଲ୍ଲୀ ଓ ସେକ ମସକୁଦ ପ୍ରମୁଖ ଯୋଗଦେଇ ନୂତନ ହୋଟେଲ ରାଜାରାଣୀକୁ ଉଦଘାଟନ କରିଥିଲେ । ଏହି ହୋଟେଲରେ ସୁଲଭ ମୁଲ୍ୟରେ ସମସ୍ତ ଖାଦ୍ୟ ପଦାର୍ଥ ଲୋକମାନଙ୍କୁ ଯୋଗାଇ ଦିଆଯିବ ବୋଲି ମାଲିକ ସେକ ଆକବର ଅଲ୍ଲୀ ସୂଚନା ଦେଇଛନ୍ତି ।


