ଅନସ୍ଲୋ ହାଇସ୍କୁଲରେ ଦୁଇଟି ସ୍ମାଟ କ୍ଲାସ ସହିତ ୱେବ୍ ସାଇଟ୍ ଉଦଘାଟିତ
ଛତ୍ରପୁର :ଓଡିଶାର ସର୍ବ ପୁରାତନ ହାଇସ୍କୁଲ ତଥା ଛତ୍ରପୁରର ସରକାରୀ ଅନସ୍ଲୋ ଉଚ୍ଚ ବିଦ୍ୟାଳୟ ଆଜି ଦୁଇଟି ସ୍ମାର୍ଟ କ୍ଲାସ ସହିତ ବିଦ୍ୟାଳୟର ୱେବ୍ ସାଇଟ୍ ଉଦଘାଟିତ ହୋଇଯାଇଛି । ଏହାକୁ ଓଡିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ଉପଦେଷ୍ଟା ଡଃ ବିଜୟ କୁମାର ସାହୁ, ନିର୍ଦ୍ଦେଶକ ରଘୁରାମ ଆୟାର ,ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲ୍ଲା ଶିକ୍ଷାଅଧିକାରୀ ଡଃ.ସନାତନ ପଣ୍ଡା ପ୍ରମୂଖ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିବା ସହ ଏହାର କାର୍ଯ୍ୟକାରୀ ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିବା ସହ ସ୍ମାର୍ଟ କ୍ଲାସ କୁ ଉପଭୋଗ କରିବା ନିମନ୍ତେ କହିଥିଲେ । ମୋ ସ୍କୁଲ ଅଭିଯାନରେ ଅନୁଷ୍ଠାନର ପୂରାତନ ଛାତ୍ରମାନେ ଦେଇଥିବା ଅନୁଦାନରେ ଏହି ଦୁଇଟି ସ୍ମାର୍ଟ କ୍ଲାସର ପ୍ରତିଷ୍ଠା ହୋଇପାରିଛି । ଏହି ଦୁଇଟି ସ୍ମାର୍ଟ କ୍ଲାସକୁ ପୂରାତନ ଛାତ୍ର ତଥା ପ୍ରଧ୍ୟାପକ ଡଃ.ଅମର ପ୍ରସାଦ ବିଷୋୟୀ, ଆଇନଜିବୀ ସୁରଜିତ ସାମନ୍ତରା, କ୍ୟୁୟର୍ସ ଅନୁଷ୍ଠାନର ସଂପାଦକ ଅରୁଣ ଶତପଥୀ, ସୁଧାଂଶୁ ଶେଖର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନିମିତା ଦେ, ମୋ ସ୍କୁଲ ଦାୟିତ୍ୱରେ ଥିବା ଶିକ୍ଷୟତ୍ରୀ ସୁଶ୍ରୀ ଦେବସ୍ମିତା ମହାନ୍ତି ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଅମୃତା ପାଣିଗ୍ରାହୀ ଓ ଅନୀତା ଦାସ ସହ ଯୋଗ କରିଥିଲେ । ପ୍ରାରମ୍ଭରେ ଅତିଥୀ ମାନଙ୍କୁ ବିଦ୍ୟାଳୟ ମୁହରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ପାଛୋଟି ଆଣିଥିଲେ ।


