ସ୍କାଉଟ ଏବଂ ଗାଇଡ୍ ଜିଲ୍ଲାକାର୍ଯ୍ୟକାରିଣୀ ସଭ୍ୟଙ୍କ ବୈଠକ

ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଂଜାମ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ ମାନଙ୍କରେ ରହିଥିବା ସ୍କାଉଟ ଏବଂ ଗାଇଡ୍ ,ଖେଳ , ଜୁନିୟର ରେଡକ୍ରସର କାର୍ଯ୍ୟକାରିଣୀ ସଭ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୧୮-୧୯ର ଆୟ ବ୍ୟୟ କୁ ଅନୁମୋଦନ ଏବଂ ୨୦୧୯-୨୦ବଜେଟର ପ୍ରସ୍ତୁତ କରାଯାଇଛି । ଜିଲ୍ଲାରେ ୪୦୦ରୁଉଦ୍ଧ୍ୱର୍ ସ୍କାଉଟ୍ ଓ ଗାଇଡ , ୪୫୦ଟି ଜୁନିୟର ରେଡକ୍ରସ କାର୍ଯ୍ୟ କରୁଛି । ଆସନ୍ତା ଦିନରେ କ୍ୟାମ୍ପ, ଖେଳ କୁଦ ର ସାରଣୀ ପ୍ରସ୍ତୁତ କରିବା ସହ ଆର୍ଥିକ ବଜେଟ୍ କରାଯାଇ ଏହା ଉପରେ ଆଲୋଚନା କରାଯାଇଛି । ସ୍କାଉଟ ଓ ଗାଇଡ୍ , ଖେଳ କାର୍ଯ୍ୟକ୍ରମକୁ ସଂପାଦନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି । ଏହାସହ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଛତ୍ରପୁର ବ୍ଲକ ସ୍ତରୀୟ ଚିତ୍ରାଙ୍କନ, ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶ୍ରେଷ୍ଠ ଛାତ୍ରଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ସନାତନ ପଣ୍ଡା, ଡିପିସି ବିନୀତା ସେନାପତି, ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଭାଗିରଥୀ ସ୍ୱାଇଁଙ୍କ ସମେତ ପ୍ରଧାନ ଶିକ୍ଷକ ଓ ବ୍ଲକ ଶିକ୍ଷାଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ