ମାର୍ଶଲ ଆର୍ଟରେ ଛତ୍ରପୁରର ତନ୍ମୟଙ୍କ ସଫଳତା

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ସପ୍ତମ ଶ୍ରେଣୀ ଛାତ୍ର ତନ୍ମୟ କୁମାର ସାହୁ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଜାତୀୟସ୍ତରରେ ସଫଳତା ହାସଲ କରିଛନ୍ତି । ତେଲେଙ୍ଗାନାର ହାଇଦ୍ରାବାଦ ଠାରେ ଅନୁଷ୍ଠିତ ଜାତୀୟ କରାଟେ ଚାମ୍ପିୟନସିପରେ ଜୁନିୟର ପୁରୁଷ ବର୍ଗରେ ଅଶଂଗ୍ରହଣ କରି ଛତ୍ରପୁର ସହରର ତନ୍ମୟ କୁମାର ସାହୁ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରି ଛତ୍ରପୁର ସହର ଓ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ତନ୍ମୟ ବର୍ତ୍ତମାନ ଗୋବିନ୍ଦପୁର ମାଉଣ୍ଟ ଲିଟ୍ରା ଜୀ ସ୍କୁଲରେ ପଢୁଛନ୍ତି । ବ୍ରହ୍ମପୁର ସ୍ଥିତ କଳିଙ୍ଗ ଫାଇଟ୍ ସ୍କଲରେ ସେ ଏକ ବର୍ଷ ଧରି କୋଚ୍ ଏନ୍.ବାଳକ୍ରିଷ୍ଣାହ୍କ ଦ୍ୱାରା ପ୍ରଶିକ୍ଷଣ ଗ୍ରହଣ କରୁଥିଲେ । ଛତ୍ରପୁର ସହରର ତଥା ସମଗ୍ର ଶିକ୍ଷା ଅଭିଯାନର ଦିବ୍ୟାଙ୍ଗ ବିଭାଗର ତଥା ମିଡିଆ ସଂଯୋଜକ ତପନ କୁମାର ସାହୁ ଓ ବିପୁଳିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନତୀ ସାହୁଙ୍କ ପୁତ୍ର ତନ୍ମୟ ଏହି କୃତିତ୍ୱ ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛର ସୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ