ଅଟୋ ରୁ ୨୪କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ; ତିନି ଗିରଫ
ରାଇକିଆ,(ଓ୍ବାଇଏନ୍ଏସ୍):କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ତିନି ବ୍ୟକ୍ତି ଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଚକ୍ରଧର ପାତ୍ର, ସରୋଜ କୁମାର ସାହୁ, ପାତ୍ର ମଲ୍ଲିକ । ଶୁକ୍ରବାର ଭୋରରୁ ପେଟ୍ରୋଲିଂ ବେଳେ ସନ୍ଦେହରେ ଭାରତ ଏକ ଅଟୋ କୁ ଅଟକାଇ ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଥିଲା । ଅଟୋ ର ସମ୍ମୁଖ ଭାଗ ରେ ଅତ୍ୟନ୍ତ ଚତୁରତା ର ସହ ଗଞ୍ଜେଇ ଭର୍ତି କରାଯାଇ ଚାଲାଣ କରାଯାଉ ଥିଲା ।ରାଇକିଆ ତହସିଲଦାର ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ ଓଜନ କରା ଯିବା ସହ ଏଥିରେ ୨୪ କେଜି ୩୦୦ ଗ୍ରାମ ଥିବା ଜଣା ପଡିଥିଲା । ଏ ନେଇ ରାଇକିଆ ଥାନା ରେ କେସ ନଂ ୮୪ /୨୦ ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଅଲେଖ ତରୁଣ ତପନ ବେହେରା କହିଛନ୍ତି। ଅଟୋ ଟି କନ୍ଧମାଳ ଜିଲ୍ଲା ବାରଖମା ଅଞ୍ଚଳ ରୁ ଭୁବନେଶ୍ୱର କୁ ଅଭିମୁଖେ ଯାଉ ଥିଲା । ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।