ଭଣ୍ଡାରିପୋଖରୀରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ କନିଷ୍ଠ ମହାବିଦ୍ୟାଳୟ ଠାରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ରକ୍ତଦାନ ଶିବିରକୁ ସାଂସଦ ମଞ୍ଜୁଲତା ମଣ୍ଡଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିବିରରେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଧାୟକ ଓ ସାଂସଦଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲ, ରାଜ୍ୟ ମହିଳା ବିଜେଡି ସମ୍ପାଦିକା ସୁଜାତା ଜେନା, ଜିଲ୍ଲା ଛାତ୍ର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବ୍ଲକ ଯୁବ ବିଜେଡି ସଭାପତି ଲଳିତ ରାଉତ, ସମାଜସେବୀ ରଘୁନାଥ ପଣ୍ଡା, ପ୍ରାକ୍ତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଦେବେନ୍ଦ୍ର ଦାସ, ଲକ୍ଷ୍ମୀଧର ସାହୁ, ହେମନ୍ତ ଜେନା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ମୋଟ ୭୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଆୟୋଜିତ ଶିବିରକୁ ରାଜେଶ ବାରିକ, ହିମାଂଶୁ ଧଳ, ରବିନ୍ଦ୍ର ଜେନା, ସଞ୍ଜିବ ରାଉତ, ଅଶୋକ ପାତ୍ର, ତୁଷାର ମିଶ୍ର, ପ୍ରକାଶ ମହାପାତ୍ର, ସୁବ୍ରତ ପାତ୍ର,ଦୁର୍ଯ୍ୟୋଧନ ଜେନା, ଶ୍ରୀକୃଷ୍ଣ ସ୍ୱାଇଁ, ପର୍ଶୁରାମ ଶଙ୍ଖୁଆ ପ୍ରମୁଖ ପରିଚାଳନା କରିଥିଲେ ।


