ପଞ୍ଚାୟତ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଦିନ ଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ଏକ ପଞ୍ଚାୟତ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଉଦଘାଟନ କରିଥିଲେ । ଶିକ୍ଷିତ ଭାଇ ଭାଉଣୀ ମାନେ ସଂଗ୍ରାମ ଜାରି ରଖିଲେ ନିଯୁକ୍ତି ପରାମର୍ଶ ଶିବିର ଜରିଆରେ ଉଚ୍ଚ ସ୍ଥାନରେ ପହଞ୍ଚିପାରିବେ ବୋଲି ଆୟୋଜିତ ସଭାରେ ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ । ସହକାରୀ ପ୍ରକଳ୍ପ ନିର୍ଦ୍ଦେଶିକା(ପ୍ରଶିକ୍ଷଣ) ରୂପାଲୀ ମହାପାତ୍ର, ଦକ୍ଷତା ବିକାଶ ଜିଲ୍ଲା ସଂଯୋଜକ ସୁନିଲ ନାୟକ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ବ୍ଲକ ପ୍ରଗତି ସହାୟକ ମୀନକେତନ ବାରିକ, ପ୍ରକଳ୍ପ ପରିଚାଳକ ପୀତବାସ ବିଶ୍ୱାଳ ପ୍ରମୁଖ ନିଯୁକ୍ତି ସମ୍ପର୍କିୟ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡିଶା ଜୀବିକା ମିଶନ ପକ୍ଷରୁ ଆୟୋଜନ ହୋଇଥିôବା ଉକ୍ତ ଶିବିରରେ ଇଲେକ୍ଟ୍ରିସିଆନ, ବ୍ୟାଙ୍କିଂ ଟ୍ରେନିଂ, ହୋଟେଲ ମ୍ୟାନେଜମେଣ୍ଟ, ସିଲେଇ ମେସିନ ଉପରେ ନିଯୁକ୍ତି ପାଇଁ ୫ଗୋଟି ଘରୋଇ କମ୍ପାନୀର ପ୍ରତିନିଧି ଯୋଗଦେଇଥିଲେ । ଦକ୍ଷିଣବାଡ ସମେତ ବୟାଁବନାପୁର ଓ ସରସଦା ପଞ୍ଚାୟତର ଆଶାୟୀ ଶିକ୍ଷିତ ଭାଈ ଭାଉଣୀ ମାନେ ଏଥିରେ ଯୋଗ ଦେଇଥିଲେ । ସ୍ମିତା ପ୍ରାଣିଗ୍ରାହୀ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ସୀମାରାଣୀ ପଣ୍ଡା, କାଞ୍ଚନବାଳା ମଲ୍ଲିକ, ବନିତା ଦଳାଇ, ଶାନ୍ତିଲତା ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ