ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାରର ଶୁଭାରମ୍ଭ

ନୂଆଦିଲ୍ଲୀ , (ଯୁଗାବ୍ଦ ନ୍ୟୁଜ) : ରାଷ୍ଟ୍ରର ଏକତା ଓ ଅଖଣ୍ଡତା କ୍ଷେତ୍ରରେ ଯୋଗଦାନ ପାଇଁ ଭାରତ ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାର ଆରମ୍ଭ କରିଛନ୍ତି । ଗୃହ ମନ୍ତ୍ରଣାଳୟ ଦ୍ୱାରା ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ପୁରସ୍କାର ଆରମ୍ଭ କରାଯିବାର ଏକ ଅଧିସୂଚନା ସେପ୍ଟେମ୍ବର ୨୦, ୨୦୧୯କୁ ଜାରି କରାଯାଇଛି ।
ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଏକ ମଜଭୁତ ଓ ଅଖଣ୍ଡ ଭାରତର ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଯୋଗଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିବା । ରାଷ୍ଟ୍ରୀୟ ଏକତା ଦିବସ, ଅର୍ଥାତ ଅକ୍ଟୋବର ୩୧ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଏହି ପୁରସ୍କାରର ଘୋଷଣା କରାଯିବ ।
ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ତାଙ୍କ ସ୍ୱାକ୍ଷର ଓ ମୋହର ଥିବା ଏକ ସନନ୍ଦ ରୂପେ ପ୍ରଦାନ କରାଯିବ ଏବଂ ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ପୁରସ୍କାର ସମାରୋହ ସହିତ ଏକ ପୁରସ୍କାର ସମାରୋହରେ ତାଙ୍କ ଦ୍ୱାରା ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ ପୁରସ୍କାର ସମିତିର ଗଠନ କରାଯାଇ ସେଥିରେ ସଦସ୍ୟ ଭାବେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ରାଷ୍ଟ୍ରପତିଙ୍କ ସଚିବ, ଗୃହସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନ କରାଯାଇଥିବା ତିନିଚାରି ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ରଖାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ