ବିଶୋଇରେ ଓଡ଼ିଶା ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥ ଗଡିଲା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବିଶୋଇ ବ୍ଲକରେ ଚଳିତ ବର୍ଷ ୪୮୨.୭ ହେକ୍ଟର ଚାଷ ଜମିରେ ଓଡିଶା ମିଲେଟ ମିଶନ ,କୃଷି ଓ କୃଷକ ଶସକ୍ତ କରଣ ବିଭାଗ ତରଫରୁ ବାରିପଦାସ୍ଥିତ ଗ୍ରାମ ସ୍ବରାଜ ସ୍ବେଚ୍ଛାସେବୀ ସଂଗଠନ ପ୍ରୟାସରେ ମାଣ୍ଡିଆ ଚାଷ କରାଯାଇଛି ।ମାଣ୍ଡିଆ ଏକ ଅର୍ଥକାରୀ ଫସଲ ।ଚାଷୀଙ୍କଠାରୁ ବିଶୋଇ ଏବଂ ମଣଦା ଦୁଇଟି ଲେମ୍ପରେ ବଜାର ନିୟନ୍ତ୍ରିତ କମିଟି ସହାୟତାରେ ମାଣ୍ଡିଆ କିଣାଯିବା ପାଇଁ ସରକାରଙ୍କ ତରଫରୁ କରାଯାଇଛି । ଚଳିତ ବର୍ଷ ମାଣ୍ଡିଆ କ୍ଵିଣ୍ଟାଲ ଦର ୩୨୯୫ ଟଙ୍କା । ଆଜି ସୁଦ୍ଧା ୬୩୭ ଜଣ ମାଣ୍ଡିଆ ଚାଷୀ ଅନ୍ତର୍ଗତ ଲାଇନରେ ମାଣ୍ଡିଆ ବିକ୍ରୟ ନିମନ୍ତେ ନାମ ପଂଜିକରଣ କରିଛନ୍ତି । ମାଣ୍ଡିଆ ବିକ୍ରୀ ନିମନ୍ତେ ଚାଷୀମାନେ ସୁଦ୍ଧା ଉପରେ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦିଆଯାଇଛି । ବିକ୍ରୟ ନିମନ୍ତେ ମାଣ୍ଡିଆରେ ବାହ୍ୟ ପଦାର୍ଥ ସବୁଠାରୁ ଅଧିକ ଶତକଡା ୦.୨୫ରୁ କମ୍ ବାଲି,ମାଟି,ଗୋଡ଼ି,ମୋରମ, ଖଣିଜ ପଦାର୍ଥ କମ ଅଶୁଦ୍ଧତା ବିକ୍ରୟ ପାଇଁ ଗ୍ରହଣ ଯୋଗ୍ୟ ।ଆଜି ବଜାର ନିୟନ୍ତ୍ରିତ କମିଟି ଅଧ୍ୟକ୍ଷ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏବଂ ସଂପାଦକ ହେମନ୍ତ ନାୟକଙ୍କ ନିର୍ଦେଶନାରେ ବିଶୋଇ ବ୍ଲକରୁ ଏକ ଓଡିଶା ମାଣ୍ଡିଆ ବିକ୍ରୟ ନିମନ୍ତେ ଏକ ସଚେତନତା ରଥର ବିଶୋଇ ବ୍ଳକ କୃଷି ଅଧିକାରୀ ମଳୟ ପରିଜା ସବୁଜ ପତକା ହଲାଇ ଶୁଭାରମ୍ଭ କରିଥିଲେ । ବିଶୋଇ ବ୍ଳକରେ ରଥ ପରିକ୍ରମା କରି ମାଣ୍ଡିଆ ବିକ୍ରୟ ନିମନ୍ତେ ସରକାରଙ୍କ ମାନ ନିର୍ଦ୍ଧାରଣ ଉପରେ ଚାଷୀ ମାନଙ୍କୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସୂଚନା ଦିଆଯିବା ସହ ସରକାରଙ୍କ ଗାଇଡ ଲାଇନ ଲିଫଲେଟ ଚାଷୀଙ୍କ ମାଧ୍ୟମରେ ବଣ୍ଟନ କରାଯାଇଥିଲା ।ଏହି ଶୁଭ ଉଦ୍ଘାଟନରେ ଓଡ଼ିଶାର ମିଲେଟ ମିଶନର ବ୍ଲକ କୋଅର୍ଡିନେଟର ନିରଞ୍ଜନ ପଣ୍ଡା, ବଜାର ନିୟନ୍ତ୍ରିତ କମିଟି ତରଫରୁ ଅଜୟ ମଲ୍ଲିକ,ବିଜୟ ଦାସ,ବ୍ଲକ କୃଷି କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ