ଖଲିକୋଟ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ ) : ବ୍ରହ୍ମପୁରସ୍ଥିତ ଖଲିକୋଟ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଦିବସ (ଏନ୍ ଏସ ଏସ) ର ୫୦ତମ ଜୟନ୍ତୀ ଉପଲକ୍ଷେ ଏକ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ବୃକ୍ଷ ହି ଜୀବନ” ମହତ୍ଵ କୁ ସଫଳ କରିବାପାଇଁ ମହାବିଦ୍ୟାଳୟର ୬୦ରୁ ଉର୍ଦ୍ଧ ଛାତ୍ରଛତ୍ରୀ ଏହି ବୃକ୍ଷରୋପଣ କାର୍ୟ୍ୟକ୍ରମରେ ସାମିଲ ହୋଇ ମହାବିଦ୍ୟାଳୟକୁ ସବୁଜ ସୁନ୍ଦର କରିବାପାଇଁ ଶପଥ ନେଇଥିଲେ । । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଉତ୍ତମା ଜେନା, ସେବା ଦିବସର ଗୁରୁତ୍ବ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ଓ ଦେଶ ସେବାରେ ନିସର୍ତ ସେବା ପ୍ରଦାନକୁ ଉତ୍ସହିତ କରିଥିଲେ। ଏହିପରି ଏକ ମହାନ ଦିନରେ ବୃକ୍ଷ ରୋପଣ କରି ସମାଜରେ ଏକ ସକାରାତ୍ମକ ବାର୍ତ୍ତା ଆଣିବ ବୋଲି ଶ୍ରୀମତୀ ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ, ଏନ୍.ଏସ.ଏସ ସଂଯୋଜକା କହିଥିଲେ । ଏନ୍.ଏସ.ଏସ ଦିବସର ଶୁଭେଚ୍ଛା ଜଣାଇବା ସହ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ ଏନ୍.ଏସ.ଏସର ସଂଯୋଜକ ଡଃ ପ୍ରଭାତ କୁମାର ସାହୁ। ଉକ୍ତ କାର୍ୟ୍ୟକ୍ରମରେ ଶ୍ରୀ ମହେନ୍ଦ୍ର କୁମାର ବେହେରା, ନିତୁରଞ୍ଜନ ଦାଶ, ରତ୍ନାକର ପଳେଇ, ବେଦ ପ୍ରକାଶ ପଣ୍ଡା ଉପସ୍ଥିତଥିଲେ।


