ପ୍ରସ୍ତାବିତ ଗଳି ପୋଲ ପାଇଁ କ୍ଷେତ୍ର ପରିଦର୍ଶନ କଲେ ସାଂସଦ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ପାହିମହୁରା ଛକ ଏକ ନୂତନ ଗଳାପୋଲ ଓ ଛତାବର ନିକଟରେ ଜଳନିଷ୍କାସନର ସୂଚାରୁ ବ୍ୟବସ୍ଥା ପାଇଁ ଲୋକମାନେ ଅନେକ ଦିନ ହେବ ଦାବି ଜଣାଉଛନ୍ତି । ଏହିପରିପ୍ରେକ୍ଷୀରେ ଆଜି ଜାତୀୟ ରାଜପଥ ଅଧିକାରୀଙ୍କ ସହିତ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡିଛି । ପ୍ରସ୍ତାବିତ ପାହିମହୁରା ଠାରେ ଗଳିପୋଲ ଓ ଛତାବର ଠାରେ ଜଳନିଷ୍କାସନ ପଥ ନିର୍ମାଣ ପାଇଁ ଶ୍ରୀମତୀ ମଣ୍ଡଳ କ୍ଷେତ୍ର ପରିଦର୍ଶନ ସହିତ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଥିରେ ଉପଜିଲ୍ଲାପାଳ ପିତାମ୍ବର ସାମଲ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଆର ଭେଙ୍କେଟଶ୍ୱର, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା ଛାତ୍ର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।