ଓଡ଼ିଶା ପ୍ରଗତି ଦଳର ରାଜନୈତିକ ପ୍ରସ୍ତାବ ମହିଳା ମୁଖ୍ୟମନ୍ତ୍ରୀ ହେବେ,୨୪ ଘଣ୍ଟାରେ ମଦ ଓ ନିଶା ଦ୍ରବ୍ୟ  ବନ୍ଦ ହେବ

ଭୁବନେଶ୍ୱର : ଓଡ଼ିଶା ପ୍ରଗତି ପକ୍ଷରୁ ଲୋହିଆ ଏକାଡ଼େମୀ ସଭାକକ୍ଷରେ ରାଜନୈତିକ ପ୍ରସ୍ତାବ କାର୍ଯ୍ୟକାରୀ ଅନୁଷ୍ଠିତ ହୋଇଯାଇଛି । ଦଳ ରାଜ୍ୟରେ ଶାସନ କ୍ଷମତା ପରିବର୍ତ୍ତନର ବାୟୁ ପ୍ରବାହିତ ହେଉଛି । ରାଜ୍ୟରେ ମଦ ଅପସଂସ୍କୃତି, ନାରୀ ନିର୍ଯ୍ୟାତନା, ବେକାରୀ ସମସ୍ୟା, କୃଷି ସଂର୍ପକିତ ସମସ୍ୟା ସମାଧାନ କରିବାରେ ବିଫଳତା କାରଣରୁ ଚାଷୀ ଆତ୍ମହତ୍ୟା, ଶ୍ରମିକମାନଙ୍କୁ ଉପଯୁକ୍ତ ସର୍ବନିମ୍ନ ମଜୁରୀରୁ ବଞ୍ଚିତ କରିବା । ରାଜ୍ୟର ଭବିଷ୍ୟତ ସମ୍ବଳ ଖଣିଜ ସଂପଦ ଲୁଟ ଓ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି, ମଦମାଫିଆରାଜ, ଗୁଣ୍ଡାରାଜ, ରାଜ୍ୟର ଜନସାଧାରଣଙ୍କୁ ଚକିତ କରିଛି । ରାଜ୍ୟରେ ଆଇନ ଶୃଙ୍ଖଳାର ଚରମ ବିପର୍ଯ୍ୟୟ ଜନସାଧାରଣ ଅସୁରକ୍ଷିତ, ବେବିନା ଓ କୁନ୍ଦୁଲି ଆଦିବାସୀ ଝିଅ, ଶିକ୍ଷୟିତ୍ରୀ ଇତିଶ୍ରୀ ଭଳି ପ୍ରତିଦିନ ରାଜ୍ୟରେ ଅନେକ ଶିଶୁ ଓ ମହିଳା ଗଣବଳକ୍ରାର ଶିକାର ଓ ନ୍ୟାୟ ପାଇବାକୁ ବଞ୍ଚିତ ହୋଇ ଆତ୍ମହତ୍ୟା କରିବା ଘଟଣା ରାଜ୍ୟ ପ୍ରଶାସନର ପଦାରେ ପକାଇଛି, ରାଜ୍ୟରେ ଦଳିତ ଆଦିବାସୀ ପଛୁଆବର୍ଗ ଓ ଦୁର୍ବଳ ଶ୍ରେଣୀମାନଙ୍କ ଉପରେ ଅବାରିତ ଅତ୍ୟାଚାର ଦ୍ୱାରା ଅତିଷ୍ଠ ଜନସାଧାରଣ ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରାଇ ସାରିଲେଣି । ଶିକ୍ଷାଗତ ସୁସ୍ଥ ସ୍ୱାସ୍ଥ୍ୟ, ପାନୀୟ ଜଳ ସମସ୍ତ ଯୋଜନା ମିଥ୍ୟା ବ୍ୟବସ୍ଥାରେ ଅବାରିତ ଅବହେଳା, ସର୍ବୋପରି ରାଜ୍ୟ ସରକାରଙ୍କ ମହା ଦୁର୍ନୀତି ଓ ଭ୍ରଷ୍ଟଚାର ରାଜ୍ୟ ଜନସାଧାରଣଙ୍କୁ ବିଚଳିତ କରୁଛି । ଏଣୁ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଓଡ଼ିଶା ପ୍ରଗତି ଦଳ ମା’ ଓ ମାତୃଶକ୍ତି ଦଳର ଆବଶ୍ୟକତା ଜରୁରୀ ହୋଇଛି । ନିଶାମୁକ୍ତ, ଦାରିଦ୍ର‌୍ୟମୁକ୍ତ, ହିଂସାମୁକ୍ତ, ଦୁର୍ନୀତିମୁକ୍ତ ଶାସନ, ଆତଙ୍କବାଦମୁକ୍ତ, ମହିଳା ସଶକ୍ତିକରଣ, ସାମଜିକ ସୁରକ୍ଷା ଓ ସୁସ୍ଥ ସମାଜ ଗଠନ, ସାମାଜିକ ସଂସ୍କାର, ଅର୍ଥନୈତିକ ସଂସ୍କାର, ରାଜନୈତିକ ସଂସ୍କାର, ଆମର ସଂକଳ୍ପ । ପୁଞ୍ଜିବାଦ ଅର୍ଥନୀତିରେ ବିଶ୍ୱାସ କରୁଥିବା ଅପାରଗ ବିଜେପି ସରକାର ଦୁର୍ନୀତି ଓ ଦଳ କନ୍ଦଳରେ ଫସିଥିବା ରାଜ୍ୟ କଂଗ୍ରେସ ଦଳ ମଧ୍ୟ ଜନସାଧାରଣଙ୍କ ଆସ୍ଥା ଫେରି ପାଇବାରେ ବିଫଳ ହୋଇଛି । ଦେଶରେ ଧନୀ – ଦରିଦ୍ରଙ୍କ ମଧ୍ୟରେ ଆର୍ଥୀକ ତାରତମ୍ୟ ବଢ଼ି ଚାଲିଛି ଓ ସବୁକ୍ଷେତ୍ରରେ ଅସମତା ହେଉଛି । ରାଜନେତା, ଅମଲା ମିଳିମିଶି ରାଜକୋଷକୁ ଖାଲି କରି ଦେଲେଣି । ଅନେକ ଅମଲା ପିସି ଫିକ୍ସି କରିବାର ଦୁଃସାହାସ ଜାରି ରଖିଛନ୍ତି । ଆଗକୁ ଆଉ ନୁହେଁ ନୀତିହୀନ ରାଜନୀତି, କୁଶାସନ ଯୋଗୁଁ ଅବହେଳିତ ଅତ୍ୟାଚାରିତ ଓ ଚରମ ଦୁର୍ଦ୍ଦଶା ଭିତରେ ଗତି କରୁଥିବା ଓଡ଼ିଶାର ଜନସାଧାରଣଙ୍କ ପାଇଁ ପରିବର୍ତ୍ତନ ଆବଶ୍ୟକ । ଏହି ପରିବର୍ତ୍ତନର ମୁଖ୍ୟ କର୍ଣ୍ଣଧାର “ଓଡ଼ିଶା ପ୍ରଗତି ଦଳ” ହିଁ ହେବ । ଓଡ଼ିଶାର ଅନ୍ୟ ଛୋଟ ଛୋଟ ଦଳ, ମହିଳା ସଂଗଠନ, ମହିଳା ମୋର୍ଚ୍ଚା, ଗଣ ସଂଗଠନ ଓ ବ୍ୟକ୍ତି ବିଶେଷ ମିଳିତ ହୋଇ ରାଜ୍ୟକୁ ବିଜେଡ଼ି, ବିଜେପି, କଂଗ୍ରେସର ଅର୍ଥବଳ, ବାହୁବଳ ମଦ, ମାଂସର ମୁକାବିଲା ପାଇଁ ଆଗାମୀ ବିଧାନ ସଭା ଓ ଲୋକସଭା ନିର୍ବାଚନରେ ପରାସ୍ତ କରି ସୁଶାସନ ଦେବାରେ ସଫଳ ହୋଇ ପାରିବ ବୋଲି ଓଡ଼ିଶା ପ୍ରଗତି ଦଳର ମା’ମାନେ ଓ କର୍ମୀ ପ୍ରସ୍ତୁତ ଅଛନ୍ତି । ଦଳ ବହୁ ମତରେ ଆସିଲେ ୨୪ ଘଣ୍ଟା ମଧ୍ୟରେ ମଦ ଓ ସମସ୍ତ ନିଶା ଦ୍ରବ୍ୟ ସମ୍ପୂର୍ଣ୍ଣ ବନ୍ଦ ହେବ । ମା’ମାନଙ୍କର ଦୃଢ଼ ସଂକଳ୍ପ । ଦଳ ପକ୍ଷରୁ ଜଣେ ମହିଳା ମୁଖ୍ୟମନ୍ତ୍ରୀ ନିଶ୍ଚିନ୍ତ ହେବେ ଏଥିପାଇଁ ଆମେ ପ୍ରତିଶୃତି ବଦ୍ଧ
ସାମ୍ବାଦିକ ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ସଭାପତି ଜନ୍ମା ରୋହିଦାସ, ରାଜ୍ୟ ସଭାପତି ସଦାଶିବ ସେଠୀ, ରାଜ୍ୟ ସମ୍ପାଦକ ନୃସିଂହ ନାଥ ନନ୍ଦ, ରାଜ୍ୟ ସଂଯୋଜକ ଲିଙ୍ଗରାଜ ଦାସ, ସୌମ୍ୟଞ୍ଜନ ଜେନା, ଜିଲ୍ଲା ସଭାପତି ଶ୍ରୀହରୀ ପଟ୍ଟନାୟକ, ମିରଜା ମେହେରାଜ ବାଗ, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ମଞ୍ଜୁଲତା ରାଉତ, କୋରାପୁଟ ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି କୁମାରୀ ତୁଲେଶ୍ୱରୀ ସୁଚେନ, ନାନ୍ପାଟଣାର କନ୍ଦୁ ବରିଆ, ମଞ୍ଜୁ ଛଞ୍ଚାଣ, ସଞ୍ଜୁଲତା ରାଉତ, ସବିତା ସିଂହ, କଳ୍ପନା ଦେବତା, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ନାରାୟଣ ଦାସ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ