ବିଧାୟକଙ୍କ ଆଗରେ ଦୁଃଖ ଜଣାଇଲେ ଭତ୍ତା ପାଉନଥିବା ବୃଦ୍ଧବୃଦ୍ଧା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଏକ ସଭାରେ ଯୋଗ ଦେବା ପାଇଁ ବିଧାୟକ ରୂପେଶ ପାଣିଗ୍ରାହୀ ଗୁମ୍ମା ଯାଉଥିବା ବେଳେ  କିଛି ବୃଦ୍ଧବୃଦ୍ଧା ଗତ କିଛି ମାସ ଧରି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଓ ବିକଳାଙ୍ଗ ଭତ୍ତା ପାଉ ନ ଥିବା ଅଭିଯୋଗ କରିଥିଲେ. ଅନେକ ଦିନ ଧରି ଭତ୍ତା ଟଙ୍କା ନ ମିଳିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଜଣାଇ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ବୃଦ୍ଧବୃଦ୍ଧାମାନେ ଅନୁରୋଧ କରିଥିଲେ. ଏହି ଘଟଣା ନେଇ ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଦୁଃଖ ପ୍ରକାଶ କରିବା ସହ ବୃଦ୍ଧବୃଦ୍ଧାମାନଙ୍କ ସହ ସମସ୍ତେ ଯେପରି ଭତ୍ତା ପାଇବେ ସେ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଧାୟକ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ