ସଂଶୋଧିତ ପାଠ୍ୟପୁସ୍ତକ ଦାବିକଲା ଇସ୍କଫ: ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏସ୍‌.ସି.ଇ.ଆର.ଟି ଦ୍ୱାରା ରାଜ୍ୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିବା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ଶିକ୍ଷକମାନେ ସଂଶୋଧନ କରି ପଢ଼ାଇବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଥିବା ନିର୍ଦ୍ଦେଶକୁ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ ଅତ୍ୟନ୍ତ ଦାୟିତ୍ୱହୀନ ଓ ଅପରିଣାମୀ ଦର୍ଶାଇ ଘୋର ନିନ୍ଦା କରିଛି। ପ୍ରାଥମିକ ଓ ପ୍ରାକ୍‌-ପ୍ରସ୍ତୁତି ସ୍ତରର କୋମଳମତି ପିଲାମାନଙ୍କୁ ଏପରି ତ୍ରୁଟିପୂର୍ଣ୍ଣ ପୁସ୍ତକ ଶିକ୍ଷକମାନେ ସଂଶୋଧିତ କରି ପଢ଼ାଇବା ଗୁଣାତ୍ମକ ଶିକ୍ଷା ପାଇଁ ଥିବା ଶିକ୍ଷା ଅଧିକାର ଆଇନ – ୨୦୦୯ର ଖୋଲା ଉଲଂଘନ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଗୋଟିଏ ନିମ୍ନ ମାନର ଜୋତା ପାଇଁ ସମୁଦାୟ ଜୋତାକୁ ନଷ୍ଟ କରିଦେଇଥିବା ଉତ୍କଳ ଗୌରବ ମଧୁବାବୁଙ୍କ ଠାରୁ ଉଦାହରଣ ଗ୍ରହଣ କରି ସମୁଦାୟ ପାଠ୍ୟପୁସ୍ତକ ଫେରାଇ ନେଇ ନୂତନ ପୁସ୍ତକ ତୁରନ୍ତ ଯୋଗାଇ ଦେବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକ୍ରୁଷ୍ଣ ଜେନାଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯିବା ସମୟରେ ସଂଘର ଜିଲ୍ଲା ସଭାପତି ଡ. ବାସୁଦେବ ଦାସ ଓ ସମ୍ପାଦକ ଆଦିକନ୍ଦ ରାଉଳଙ୍କ ସମେତ ଅଧ୍ୟାପକ ଅଜୟ ସାମଲ, ଅବନ୍ତୀ ବେହେରା, ଶୈଳବାଳା ସାମଲ, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ମହେନ୍ଦ୍ର ପଟ୍ଟନାୟକ, ରଣଧୀର ଜେନା, ପ୍ରତାପ ଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ