ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ କମିଟି ସମୀକ୍ଷା ବୈଠକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ କମିଟି ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଆବାହକ ତଥା ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ସୁନିଲ  କୁମାର ପୁରୋହୀତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗତ ବୈଠକରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିବା ପରେ ତାହାକୁ ଅନୁମୋଦନ କରାଯାଇଥିଲା । ଏହାପରେ ପି.ଏମ.ଇ.ଜି.ପି., ଏନ.ୟୁ.ଏଲ.ଏମ., ଓ.ଏସ.ଏଫ.ଡି.ସି., ଡାଏରୀ, ଫିସରୀ, ପୋଲଟ୍ରୀ, କେ.ଏସ.କେ., ଏଗ୍ରୀ  କ୍ଲିନିକ  ଓ   ଏଗ୍ରୀ ବିଜନେସ ସ୍କିମର ଲୋକପ୍ରିୟତା ସମ୍ପର୍କରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ବ୍ୟାଙ୍କ ଋଣ ପରିଷୋଧ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଓ.ଏଲ.ଏମ.,ଜେ.ଏଲ.ଜି.,ସୋଲାର ପମ୍ପିଙ୍ଗ ପ୍ରଭୃତି ସ୍କିମ ଗୁଡିକରେ ଋଣ ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଋଣ ପ୍ରଦାନ ନିମନ୍ତେ ଯାଇଥିବା ଋଣ ଦରଖାସ୍ତ ଗୁଡିକୁ ବ୍ୟାଙ୍କ ଋଣ ମଞ୍ଜୁର ନ କରିବା ଏବଂ ସଂପୃକ୍ତ ଦରଖାସ୍ତ ଗୁଡିକ ନଫେରାଇବା ସମ୍ପର୍କରେ ସଂପୃକ୍ତ ବ୍ୟାଙ୍କ ଶାଖା ମାନଙ୍କୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରି ତୁରନ୍ତ ଏହି ଯୋଜନାରେ ଉପଯୁକ୍ତ ଦରଖାସ୍ତ ଗୁଡିକର ଋଣ ମଞ୍ଜୁର କରିବାକୁ ପରାମର୍ଶ ଦେଇଥିଲେ । ପି.ଏମ.ଇ.ଜି.ପି.ସ୍କିମରେ ସ୍ୱୟଂ ସହାୟିକା ଗୋଷ୍ଟି ଗୁଡିକୁ ଋଣ ପ୍ରଦାନ କରି ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଏବଂ ଓଡିଶା ଜୀବିକା ମିଶନର ପ୍ରକଳ୍ପ ପରିଚାଳିକାଙ୍କୁ  ଏକ ଡି.ପି.ଆର.ପ୍ରସ୍ତୁତ କରିବାକୁ ନିର୍ଦେଶ  ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଆର.ବି.ଆଇ. ଏ.ଜି.ଏମ. ସୁନିଲ ଦାଶ,  ଡି.ଡି.ଏମ. ନାବାର୍ଡ ଏ.କେ.ଆଚାର୍ଯ୍ୟ, ଏସ.ବି.ଆଇ  ଆଂଚଳିକ ପ୍ରବନ୍ଧକ ଜେ.ବଳ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଜିଲ୍ଲା ନୋଡାଲ ଅଧିକାରୀ  ବନବିହାରୀ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଓ.ଏଲ.ଏମ ଡିପିଏମ ସତ୍ୟଭାମା ପ୍ରଧାନ,ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ମମତା ମହାପାତ୍ର, ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର, ଭାରପ୍ରାପ୍ତ ଉପକୃଷି ନିର୍ଦେଶକ ଶରତ ଚନ୍ଦ୍ର ଦାସ, ବିଭିନ୍ନ ବ୍ୟାଙ୍କ ଗୁଡିକର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ