ବ୍ରହ୍ମପୁରରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର ସ୍ଥିତ ଟାଉନହଲଠାରେ ଜିିିସିଡିଏର ୫୩ତମ ସାଧାରଣ ରିଷଦ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମପଣ୍ଡା, ସମ୍ମାନୀତ ଅତିଥି ଭାବେ ପୁର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ପୁର୍ବତନ ବି.ଡି.ଏ ଅଧ୍ୟକ୍ଷ ସୁବାସ ମହାରଣା , ରାଜ୍ୟ ଦକ୍ଷିଣାଞ୍ଚଳ ଭେଷଜ ନିରକ୍ଷକ ଟି.ବାସୁଦେବ ରାଓ , ଗଞ୍ଜାମ ରେଞ୍ଜ ଭେଷଜ ନିରକ୍ଷକ ଦେବାଶିଶ , ଲଳିତ ମୋହନ ସାହୁ, ୟୁସିଡିଏ ସାଂଦକ ପ୍ରଶାନ୍ତ ମହ।ପ।ତ୍ର, ଏଆଇଓସିଡିର ଯୁଗ୍ମ ସାଂଦକ ଭି.ଜଗନ୍ନାଥ ରାଓ ପ୍ରମୁଖ ଯୋଗ ଦେଇଥିଲେ । ଜିିସିଡିଏର ସଭାତି ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିିସିଡିଏ ସାଂଦକ ପି.ସତ୍ୟନାରାୟଣ, କୋଷାଧ୍ୟକ୍ଷ ବଲ୍ଲଭ ଚନ୍ଦ୍ର ପାଣିଗ୍ରାହୀ, ଯୁଗ୍ମ ସାଂଦକ କାଳୀ ପ୍ର୍ରସାଦ ପଟ୍ଟନାୟକ , ପ୍ରଶାନ୍ତ ରଥ, ଜୟ ପ୍ରକାଶ ତ୍ରୀପାଠୀ ପ୍ରମୁଖ ବହୁ ସଦସ୍ୟ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ ।


