ଛତ୍ରପୁରରେ ଆରମ୍ଭ ହେଲା ମୋ ୱାର୍ଡ ଅଭିଯାନ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ରେ ଆରମ୍ଭ ହେଲା ମୋ ୱାର୍ଡ ଅଭିଯାନ । ଏନଏସି ର ୧୪ ଟି ୱାର୍ଡ ରେ ଏହି ଅଭିଯାନ କାର୍ଯ୍ୟକ୍ଷମ କରାଯିବ । ଗତକାଲି ଏହି ଅଭିଯାନ ର ଶୁଭାରମ୍ଭ ହୋଇଯାଇଛି । ନିଜ ନିଜ ୱାର୍ଡ ର ଉନ୍ନତିକରଣ ଦିଗରେ ଜନସାଧାରଣ ସମ୍ପୁର୍ଣ୍ଣ ସହ ଯୋଗ କରିବା ଦରକାର । ଏଣୁ ଏଥିରେ ୱାର୍ଡ ବାସିନ୍ଦାଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍ ଗଣେଷ ବାବୁ ଆଜି ୭ନଂ ୱାର୍ଡ ର ମୋ ୱାର୍ଡ ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି । ସ୍ଥାନୀୟ ମଝିବଜାର ସ୍ଥିତ ଆଡପ ମନ୍ଦିର ପ୍ରାଙ୍ଗଣରେ ସ୍ୱଚ୍ଛ ସାଥୀ ସାବିତ୍ରୀ ଦାସଙ୍କ ପୌରହିତ୍ୟରେ ମୋ ୱାର୍ଡ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ୱାର୍ଡ ର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରି ଏହାର ନିରାକରଣ କିଭଳି ହୋଇପାରିବ ସେ ସଂପର୍କରେ ମତବ୍ୟକ୍ତ କରିଥିଲେ । ମୁଖ୍ୟତଃ ପରିମଳ ବ୍ୟବସ୍ଥାର ଉନ୍ନତି, ପାନୀୟଜଳ,ଡଷ୍ଟବିନ୍ ବ୍ୟବହାର କରିବା ,ଷ୍ଟ୍ରିଟ ଲାଇଟ ,ବୃକ୍ଷରୋପଣ ଓ ଅନ୍ୟାନ୍ୟ ୱାର୍ଡ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ୱାର୍ଡ ର କେତେକ ସାହିରେ ନାଳ ନର୍ଦ୍ଦମା ନୀୟମିତ ସଫା କରିବା, ଷ୍ଟ୍ରିଟ ଲାଇଟ ର ସମସ୍ୟା ସଂପର୍କରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ସମାଜସେବୀ ନରହରି ସ୍ୱାଇଁ ଖାଲି ସ୍ଥାନ ଗୁଡିକରେ ବୃକ୍ଷରୋପଣ ଓ ଲୋକଙ୍କ ନିମନ୍ତେ ପରିଶ୍ରାଗାର ନିର୍ମାଣ କରିବାକୁ କହିଥିଲେ । ୱାର୍ଡ କିମ୍ବା ସାହିର ଉନ୍ନତିରେ ଜନସାଧାରଣ ସହ ଯୋଗ କଲେ ସଂପୃକ୍ତ ୱାର୍ଡ କିମ୍ବା ସାହିର ଉନ୍ନତି ର ଶିଖରରେ ପହଂଚିପାରିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧୀକାରୀ ଶ୍ରୀ ବାବୁ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିପିଏମ ମନୋରଞ୍ଜନ ପାଣିଗ୍ରାହୀ,ପରିମଳ ନିରୀକ୍ଷକ ଗୌର ହରି ପଣ୍ଡା,ସିଓ କବିତା ରାଣୀ ଦାସ,ଏଇ ସର୍ମିଷ୍ଠା ପ୍ରଧାନ,ସ୍ୱଚ୍ଛ ସାଥୀ ପୂର୍ଣ୍ଣବାସୀ ମହାପାତ୍ର, , ସୁପରଭାଇଜର ଏ. ଜାନକୀ,ଅଙ୍ଗନବାଡି କର୍ମୀ ଶ୍ରୀରିଲ ଫିଦୋସ୍ , ପ୍ରଭାକର ବେହେରାପ୍ରମୂଖଙ୍କ ସମେତ ୱାର୍ଡ କମିଟି ଓ ବହୁ ଜନସାଧାରଣ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ