ଧାରା ୩୭୦ ଉଚ୍ଛେଦକୁ ନେଇ ନିର୍ମାଣ ହେଲା ଗୀତ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଯାଇଛି । ଏଥିପାଇଁ ଭାରତବାସୀ ବେଶ୍ ଖୁସି । ଆଉ ଏହି ଧାରା ୩୭୦ ଉଚ୍ଛେଦକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରସ୍ତୁତ କରିଛି ଏକ ଗୀତ । ଗୀତର ନାଁ ରହିଛି “ଉଠିଗଲା ଧାରା ୩୭୦’ । ଦଶହରା ପାଇଁ ତରଙ୍ଗ ସିନେ ପ୍ରଡକ୍ସନ୍ସ ନିର୍ମାଣ କରୁଥିବା ଫିଲ୍ମ “ମିଷ୍ଟର ମଜନୁ’ରେ ଏହା ହେଇଛି ଏକ ଡ୍ୟାନ୍ସ ନମ୍ବର । ଗୀତର ମୁଖଡା ହେଉଛି, “କାଶ୍ମୀରରୁ କନ୍ୟା କୁମାରୀ, ଚାଲ୍ ଟିକେ ରାଉଣ୍ଡ ମାରିବା । ଉଠିଗଲା ଧାରା ୩୭୦, କାହିଁକି ମଣି ଟେନସନ୍ ନେବା’ । ଏହି ଗୀତଟିକୁ ଗାଇଛନ୍ତି ଆଶୁତୋଷ ଏବଂ ଲୋପାମୁଦ୍ରା । ଗୀତଟିକୁ ଲେଖିଛନ୍ତି ନିର୍ମଳ ନାୟକ । ସବୁବେଳେ କରେଣ୍ଟ ଟପିକ୍ ଏବଂ ଟ୍ରେଣ୍ଡିଂ କଥାକୁ ନେଇ ଗୀତ ଲେଖୁଥିବା ନିର୍ମଳ ନାୟକ ଏଥିରେ ମଧ୍ୟ ଟ୍ରେଣ୍ଡିଂ ଟପିକ୍କୁ ସାମିଲ୍ କରିଛନ୍ତି । ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର । ଗୀତଟି ୟୁଟ୍ୟୁବ୍ରେ ଅପଲୋଡ୍ ହେବାର ୨୪ ଘଣ୍ଟା ମଧ୍ୟରେ ପାଖାପାଖି ଲକ୍ଷେ ଥର ଏହାକୁ ଦେଖିଯାଇସାରିଲାଣି । ସୂଚନା ଅନୁଯାୟୀ, “ମିଷ୍ଟର ମଜନୁ’ ଦଶହରାରେ ରିଲିଜ୍ ହେବ । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ବାବୁସାନ୍, ଶୀତଲ୍, ସୂର୍ଯ୍ୟମୟୀ ଏବଂ ଦିବ୍ୟା । ଫିଲ୍ମରେ ୩ ଜଣ ନାୟିକା ଥିବାରୁ ଏହାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି । ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ