ଚାଷୀ ଓ ଖାଉଟି ବିରୋଧି ଆଇନ ପ୍ରତ୍ୟାହାର ପାଇଁ ୧୪ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚାଷୀ ଓ ଖାଉଟି ବିରୋଧି ଆଇନ ପ୍ରତ୍ୟାହାର ପାଇଁ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଶୁକ୍ରବାର ୧୪ ଦଫା ସମ୍ବଳିତ ଏକ ଦାବି ପତ୍ର ମହାମହିମ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ଜରିଆରେ ପ୍ରଦାନ କରାଯାଇଛି । ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ନୟ ସମିତି ଆହ୍ୱାନରେ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ପ୍ରତିବାଦ କରାଯାଇଛି । ଗଞ୍ଜାମ ଜିଲ୍ଲା ଚାଷୀ ମାନେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଓ ଚାଷୀଙ୍କ ଆଦାୟର ଅଭାବୀ ବିକ୍ରି ଯୋଗୁଁ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି । ଚଳିତ ବର୍ଷ ମହାମାରୀ କରୋନାର ପ୍ରଭାବ ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏହି ପରିପ୍ରେକ୍ଷୀରେ ଚାଷୀକୂଳକୁ ସୁରକ୍ଷା ଦେବା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରାଯାଇଛି । କୃଷିଜାତ ଦ୍ରବ୍ୟର ବ୍ୟବସାୟ ଓ ବିତରଣକୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରି କମ୍ପାନୀ କରଣ କରିବା ଆଇନ ୨୦୨୦କୁ ରଦ୍ଧ କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକୁ ପିନିଏସ ମାଧ୍ୟମରେ ସୁଲଭ ମୁଲ୍ୟରେ ପ୍ରଦାନ, ଧାନ କୁଇଂଟାଲ ପିଛା ୩ ହଜାର ଟଙ୍କା ପ୍ରଦାନ, ଚାଷୀ ବିଲ୍ ୨୦୨୦କୁ ତୁରନ୍ତ ପ୍ରତ୍ୟାହାର, ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ, ଚାଷ ଜମିକୁ ଜଳସେଚନର ସୁବିଧା, ଜଳାଶୟ, ଜଳସେଚନ ଓ ଉଠାଜଳସେଚନ ପ୍ରକଳ୍ପର ପୁନଃରୁଦ୍ଧାର, ଫସଲ ବୀମା ସରକାରୀ ବୀମା କମ୍ପାନି ଦ୍ୱାରା କରାଯିବା, ବନ୍ୟଜନ୍ତୁ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୁରଣ ପ୍ରଦାନ ବର୍ଷଜଳକୁ ସଂରକ୍ଷଣ, ଜଙ୍ଗଲ ଜମିରେ ବାସ କରୁଥିବା ଅଧିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଚାଷୀଙ୍କୁ ମାସିକ ୩ ହଜାର ଟଙ୍କା ପେନସନ ପ୍ରଦାନ ଓ ଶୀତଳ ଭଣ୍ଡାର ଓ ଗୋଦାମ ଗୃହର ସୁବିଧା ନେଇ ଦାବି କରାଯାଇଛି । ଋଷିକୂଲ୍ୟା ରୟତ ମହାସଭା ହିଞ୍ଜିଳି ବ୍ଳକ ଆବାହାକ ପଦ୍ମଚରଣ ସାହୁଙ୍କ ନେତୃତ୍ୱରେ ରାମନାରୟଣ ବିଶ୍ୱାସରାୟ, ଜୟକୃଷ୍ଣ ସାହୁ, ବାବୁଲା ନାଇକ, କେ. ଡ଼ମ୍ବୁରୁ ପାତ୍ର, ସୁରେନ୍ଦ୍ର ନାଇକ, ରଞ୍ଜନ ନାୟକ, ସ୍ୱରାଜ୍ୟ ଦାଶ, ସିମାଂଚଳ ନାୟକ, ସୁବାଷ ଗଉଡ଼, ଆଶିଷ କୁମାର ପାଢି, ଶିବରାମ ଦାଶଙ୍କ ସମେତ ସ୍ଥାନୀୟ ବ୍ଳକର ବହୁ ଚାଷୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ