ଆସୁଛି ବିବାହ ଋତୁ;ଦ୍ୱନ୍ଦରେ ସହରବାସୀ

ଗାଇଡ଼ଲାଇନ ଜାରି କରୁନି ପୌର ପରିଷଦ, କାର୍ଯ୍ୟକାରୀ ହେଉନି ଏସ୍‌ଆରସିଙ୍କ ନିର୍ଦ୍ଦେଶ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ମହାମାରୀ କରେନା ଭୁତାଣୁ ସଂକ୍ରମଣକୁ ନେଇ ଜାରି ସରକାରୀ କଟକଣା ବର୍ତମାନ ସାଧାରଣ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିବାରେ ଲାଗିଛି । ବର୍ତମାନ ବିବହାର ଋତୁ ଆରମ୍ଭ ହୋଇଗଲାଣି । ହେଲେ ବର୍ତମାନ ସୁଦ୍ଧା ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ କୌଣସି ପ୍ରକାର ଗାଇଡ଼ଲାଇନ ବା ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ । ଫଳରେ ବାହାଘର ଆୟୋଜନକୁ ନେଇ ସହରବାସୀ ଦ୍ୱନ୍ଦରେ ପଡ଼ିଛନ୍ତି । କେତେଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇପାରିବ ତାହା ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଉନାହିଁ । ଯାହା ଫଳରେ ସ୍ଥାନୀୟ ପୌର ପରିଷଦ କର୍ତୁପକ୍ଷଙ୍କ ଅବହେଳା ତଥା ନିରବତାକୁ ନେଇ ଏବେ ସହରବାସୀଭ୍‌କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଲକଡ଼ାଉନ ସମୟରେ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ସକାଶେ କଟକଣା ଜାରି କରାଯାଇଥିଲା । କିନ୍ତୁ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ପରେ କଟକଣା ଧିରେ ଧିରେ କୋହଳ କୋହଳ କରାଯିବା ସହ କଟକଣା ଉଠିବାରେ ଲାଗିଛି । ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍‌ଆରସି)ଙ୍କ ତରଫରୁ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରାଯାଉଛି । ବର୍ତମାନ ସମୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବା ସହ ଶୀତ ଲହରି ଦେଖାଦେଇଥିବାରୁ ଏଭଳି ସମୟରେ କରୋନା ଭୁତାଣୁ ପ୍ରସାର ହେବା ଆଶଙ୍କା ଦେଖାଦେଇଛି । ଏଥି ସକାଶେ ଗତ ଏକ ମାସ ଧରି ରାଜ୍ୟ ସରକାର କରୋନାର ଦ୍ୱିତୀୟ ଲହର ସର୍ମ୍ପକରେ ରାଜ୍ୟବାସୀଙ୍କୁ ସତର୍କ କରାଇବା ସହ କୋଭିଡ଼ କଟକଣା ପାଳନ କରିବା ସକାଶେ ଅନୁରୋଧ କରିଛନ୍ତି । ବାହାଘର ଓ ଅନ୍ୟାନ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ କେତ ଲୋକ ଭାଗ ନେଇପାରିବେ, ସେ ନେଇ ମଧ୍ୟ ଗାଇଡ଼ଲାଇନ ଜାରି କରାଯାଇଛି । ଗତ ଅକ୍ଟୋବର ୩୧ ତାରିଖରେ ଏସଆସିଙ୍କ ପକ୍ଷରୁ ରାଜ୍ୟର ସମସତି ଜିଲ୍ଲାପାଳ ଏବଂ ମହାନଗର ନିଗମର କମିଶନରଙ୍କୁ ଜାରି ନିର୍ଦ୍ଦେଶରେ କରୋନାର ଦ୍ୱିତୀୟ ଲହର ବିଷୟରେ ସୂଚନା ଦିଆଯାଇଥିଲା । ଭିଡ଼ ନିୟନ୍ତ୍ରଣ ଦ୍ୱାରା ହିଁ ଏହାକୁ ମୁକାବିଲା କରିବା ସମ୍ଭବ ହୋଇଥିବା ଦର୍ଶାଇ ବାହାଘର ଓ ମୃତ୍ୟୁ କାର୍ଯ୍ୟକ୍ରମରେ କେତେ ଲୋକଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯାଇପାରିବ, ସ୍ଥାନୀୟ ଅଂଚଳର ସ୍ଥିତିକୁ ନେଇ ନିଷ୍ପତି ଗ୍ରହଣ କରିବା ସକାଶେ କୁହାଯାଇଥିଲା । ନଭେମ୍ବର ୨୫ ତାରିଖରୁ ନୂତନ ଗାଇଡ଼ଲାଇନ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ୨୬ ତାରିଖ ସୁଦ୍ଧା ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ । ଅପର ପକ୍ଷରେ ଡ଼ିସେମ୍ବର ପହିଲାରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାଘର ତିଥି ରହିଛି । ଏଡି ତିଥି ପରେ ଦୀର୍ଘ ମାସ ପର୍ଯ୍ୟନ୍ତ ବାହାଘର ତିଥି ନଥିବାରୁ ଡ଼ିସେମ୍ବର ମାସ ପ୍ରଥମ ୧୧ ଦିନରେ ସହରର ସଂଖ୍ୟାଧିକ ବିବାହ ଆୟୋଜନ ହେବା ସମ୍ଭାବନା ରହିଛି । ବର୍ଷର ଏହି ଶେଷ ବାହାଘର ଋତୁରେ ସ୍ଥାନୀୟ ଅଂଚଳରେ ବହୁ ସଂଖ୍ୟାରେ ବାହାଘର ଆୟୋଜନ ହେବାକୁ ଥିବା ବେଳେ ଗୁରୁବାର ସୁଦ୍ଧା ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇନଥିବା ଯୋଗୁଁ ଆୟୋଜକ ମାନେ ଦ୍ୱନ୍ଦରେ ରହିଛନ୍ତି । ବାହାଘର ଆଉ ଅଳ୍ପ ଦିନ ରହିଥିଲେ ମଧ୍ୟ କଟକଣା ନେଇ ଅଧିକାଂଶ ପରିବାରର ଅତିଥି ଡ଼କରା ହୋଇପାରନାହିଁ । ସ୍ପଷ୍ଟ ଚିତ୍ର ଅଭାବରୁ ବାହାଘରରେ କେ୍‌ତେ ସଂଖ୍ୟକ କାର୍ଡ଼ ଛପାଯିବ ଓ କେତେ ଜଣଭ୍‌କ ପାଇଁ ଭୋଜି ରନ୍ଧା ହେବ ସେ ନିଷ୍ପତି ହୋଇପାରୁନି । ଏ ନେଇ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ