୨୪ଘଣ୍ଟା ପରେ ନିଖୋଜ ବ୍ୟକ୍ତିର ମୃତ ଦେହ ପାଣିରୁ ଉଦ୍ଧାର
ମୋହନା,(ଅଂଶୁମାନ ପଣ୍ଡା): ମୋହନା ଥାନା ଅନ୍ତର୍ଗତ ବୋଡ଼ ଖଣି ଗ୍ରାମ ନିକଟସ୍ଥ ଚେକ ଡେମରୁ ଉଦ୍ଧାର ହେଲା କାଳୁ ଚରଣର ମୃତ ଦେହ | ଗତ କାଲି ଗାଧୋଇ ବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ କାଳୁ | ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଅଧିକାରୀ ତାରାକାନ୍ତ ମହାପାତ୍ର ଓ ତାଙ୍କ ଟିମ ପହଞ୍ଚି ବହୁ ଘଣ୍ଟା ଖୋଜିଥିଲେ | କିନ୍ତୁ ପାଇନଥିଲେ ଶେଷରେ ପାଣି ଗଭୀର ଥିବାରୁ ଅକ୍ସୀଜେନ ବ୍ୟବହାର କରି ଜିତେନ୍ଦ୍ର କୁମାର ଭୁଇଁ ପାଣି ଭିତରେ ପଶି ଖୋଜିବାରୁ ୪୦ ଫୁଟ ତଳେ ଏକ ପଥର ସନ୍ଧିରେ ଫସି ଯାଇଥିବା କାଳୁ ମଲିକଙ୍କ ମୃତ ଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ | ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ତାଙ୍କ ଟିମ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡ଼ିକାଲକୁ ପଠାଇଛନ୍ତି | ଏହା ସହ ପୋଲିସ ଏକ ଅପମୃତ ମାମଲା ରୁଜୁ କରିଛି |


