ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନେତୃତ୍ୱ ତାଲିମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ସାରା ଗ୍ରାମ ଠାରେ ୩୦ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୬୦ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀକୁ ନେତୃତ୍ୱ ବିକାଶ ତାଲିମ ପ୍ରଦାନ କରାଯାଇଥିବାର ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମ ନାବାର୍ଡ ସହାୟତାରେ ଆର୍‌.କେ.ଏସ୍‌.ଏସ୍‌. ସ୍ୱାଚ୍ଛାସେବୀ ଅନୁଷ୍ଠାନର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ବିଭାଗର ପରିଚାଳକ କିଶୋରଚନ୍ଦ୍ର ନାୟକ, ଆର୍‌ସେଟିର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା, ଖାଣ୍ଡବା ସରପଞ୍ଚା ଜଗନ୍ନାଥ ଦୋରା, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଖାଣ୍ଡବା ଶାଖାର ପରିଚାଳକ, ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହାପରେ ସାମୂହିକ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀକାନ୍ତ ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ତାଲିମ ଦାତା ଲିଙ୍ଗରାଜ ପାଣିଗ୍ରାହୀ ସ୍ୱୟଂ ସହାୟକ ଦଳର ଏକତା, ଗଠନ ପ୍ରଣାଳୀ, ରୋଜଗାର କ୍ଷମ କାର୍ଯ୍ୟକ୍ରମ, ୫ ଓ ୧୦ ସୂତ୍ରୀ କାର୍ଯ୍ୟକ୍ରମ, ବ୍ୟାଙ୍କ ସହଯୋଗ, ଦଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏଥିସହ ନିର୍ମାଣ ଶ୍ରମିକ କାର୍ଯ୍ୟକ୍ରମରେ ପଞ୍ଜିକରଣ ଓ ସହାୟତା, ଇ-ଶକ୍ତି କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଓ ପରବର୍ତ୍ତୀ କାର୍ଯ୍ୟ ଉପରେ ଆଲୋକ ପାତ କରିଥିଲେ । ଜିଲ୍ଲା ଅଗ୍ରଣୀ ପରିଚାଳକ ଶ୍ରୀ ନାୟକ ବ୍ୟାଙ୍କର ବ୍ୟକ୍ତିଗତ ପ୍ରତ୍ସାହନ ରୁପେ କାର୍ଡ ଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁରେ ଏକ ଲକ୍ଷ ଟଙ୍କାର ସହାୟତା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୂରକ୍ଷା ବୀମା, ଅଟଳ ପେନସନ ଯୋଜନା ଆଦି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆର୍‌ସେଟି ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମା କୋଭିଡ-୧୯ “ଜନ ଆନ୍ଦୋଳନ”ର ଶପଥ ପାଠ ସହ ଗ୍ରାମୀଣ ଦକ୍ଷତା ଭିତ୍ତିକ ତାଲିମ ପ୍ରତିଷ୍ଠାନର ୫୬ ପ୍ରାକର ତାଲିମ ମାଗଣାରେ ଯୋଗାଇବା ଆଦି ସହ ପ୍ରତିଷ୍ଠାନର ୫୬ ପ୍ରକାର ତାଲିମ ମାଗଣାରେ ଯୋଗାଇ ଦିଆଉଥିବା ସମ୍ପର୍କରେ ଅବଗତ କରାଇଥିଲେ । ଏହି ପରିପ୍ରେକ୍ଷୀରେ ସରପଞ୍ଚ ଶ୍ରୀ ଦୋରା ଶ୍ରମିକ ପଞ୍ଜିକରଣ ବଣ୍ଡକୁ ହିତାଧିକାରୀଙ୍କୁ ବାଣ୍ଟିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ ଶ୍ରୀ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିବାବେଳେ ଆର୍‌.କେ.ଏସ୍‌.ଏସ୍‌.ର କର୍ମୀ ଗଣେଶ ପ୍ରଧାନ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ