ବିଜେପି ପକ୍ଷରୁ ପୂର୍ବତନ କାଉନସିଲର ନରହରି ପତ୍ରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳର ପ୍ରଥମ ବିଜେପି କାଉନସିଲର,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ପୁରାତନ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ନରହରି ପତ୍ରୀଙ୍କ ଅକାଳ ବିୟୋଗରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାପତି ଉପିନ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାକୁ ବିଜେପି ନେତା ତଥା ଆଇନଜୀବି ସରୋଜରାଜ ସିଂ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ, ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ସୁନାକର ବେହେରା, ନେହେରୁ ସାହୁ, ଅଭିମନ୍ୟୁ ଗୋଛାୟତ, ନଗର ସଭାପତି ଦିଲ୍ଲିପ ଦାଶ, ସଚିଦାନନ୍ଦ ବେହେରା, ସମୀର ଦାସ, ବିଜୟକୃଷ୍ଣ ସାହୁ, ରାଜେନ୍ଦ୍ର ପତି, ଅମିତାଭ ସୁଆର, ସାମ୍ବାଦିକ ପରିକ୍ଷୀତ ପାତ୍ର, ଅଶୋକ ସେଠୀ, ବାସୁଦେବ ତ୍ରିପାଠୀ, ରବିନାରାୟଣ ପତି, ମୁକ୍ତିକାନ୍ତ ସ୍ୱାଇଁ, ଶଶାଙ୍କ ଶେଖର ଓଝା, ଦୟାନିଧି ବଳ, ଦେବାଶିଷ ଦାସ, ମଦନ ମୋହନ ବେହେରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପତ୍ରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ