ବାଇକ୍ ଦୁର୍ଘଟଣାରେ ୩ ଆହତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଡ଼ବେରି ବାଲାପଙ୍କା ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ଆହତ ଜଣକ ହେଲେ ଗାରଗାବାଡ଼ି ଗ୍ରାମର ଆୟୁଷ୍ମାନ୍ ନାୟକ ଓ ଅନ୍ୟ ଆହତମାନେ ହେଲେ ରଞ୍ଜିତ ନାୟକ ଓ ଶିବୁନ ନାୟକ । ନିଜ ଗ୍ରାମରୁ ଦାରିଙ୍ଗବାଡ଼ି ପଟେ ଏକ ବାଇକରେ ଦୃତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖେଣାହାରିମାନେ ପ୍ରକାଶ କରିଛନ୍ତି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ପାଇଁ ଦାରିଙ୍ଗବାଡ଼ି ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ପ୍ରକାଶ ।


