ଦୁଡୁଗାଁରେ ଭୟାବହ ଅଗ୍ନିକାଣ୍ଡ, ୧୮ବଖରା ଘର ଜଳିଗଲା, ଗୋଟିଏ ଗାଈ, ଦୁଇଟି ବାଛରୀ ଓ ୪ଟି ଛେଳିଜୀବନ୍ତଦଗ୍ଧ,ଦୁଇମହିଳଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ) : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡର ତରତରା ପଞ୍ଚାୟତ ଦୁଡୁଗାଁ ଗ୍ରାମରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟି ୧୮ବଖରା ଘର ଜଳିଯିବା ସହ ୧ଟି ଗୋରୁ ଦୁଇଟି ବାଛୁରୀ ଓ ୪ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଦୁଇଜଣ ମହିଳା ମଧ୍ୟ ନିଆଁରେ ପୋଡି ଆହତ ହୋଇଛନ୍ତି ।ଖବରରୁ ଜଣାଯାଇଛି ଯେ ଦୁଡୁଗାଁ ଗ୍ରାମର ଦାସ ସାହିରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଥିଲା । ସାହିର ଅଧିକାଶଂ ଲୋକ ପରିବା ବାଡିକୁ ଯାଇଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ନିଆଁ ଚାରିପଟକୁ ବ୍ୟାପି ଯିବାରୁ ୧୦ଟି ପରିବାରର ୧୮ବଖରା ଘର ସମ୍ପୁର୍ଣ୍ଣ ଜଳିଯିବା ସହ ଧାନ, ଚାଉଳ, ସୁନା, ରୁପା ସବୁ ପୋଡି ଯାଇଥିଲା । ଗୁହାଳେ ବନ୍ଧା ହୋଇଥିବା ୧ଟି ଗୋରୁ, ଦୁଇଟି ବାଛୁରୀ, ୫ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ହେମଲତା ଦାସ ଓ ସତ୍ୟଭାମା ପାଳ ନାମକ ଦୁଇ ମହିଳା ମଧ୍ୟ ପୋଡିଯାଇ ଆହତ ହୋଇଛନ୍ତି । ଆନନ୍ଦପୁରରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ରମାକାନ୍ତ ଦାସଙ୍କ ୩ବଖରା, ଗୟାଧର ଦାସ, ଭରତ ଚନ୍ଦ୍ର ଦାସ, ଅଭିମନ୍ୟୁୁ ଦାସ, ଚୈତନ ଦାସ, ଶଙ୍କର୍ଷଣ ଦାସ, ବସୁରି ଦାସ, ରଞ୍ଜିତା ଦାସ, ଶରତ ଚନ୍ଦ୍ର ଦାସ, ପ୍ରକାଶ ପାଳ ପ୍ରମୁଖଙ୍କ ଏକ ବଖରା କରି ଘର ପୋଡି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ