ବାଡ ଉପାଡିବାକୁ ନେଇ ଉତ୍ତେଜନା, ପୋଖରୀରେ ବିଷ ପକାଇ ମାରିଦେଲେ ୫୦ହଜାର ଟଙ୍କାରୁ ଉର୍ଦ୍ଧ ମାଛ 

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମରେ ବାଡ ଉପାଡିବାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି । ଜଣେ ବ୍ୟକ୍ତି ତାଙ୍କ ପଟାଭୁକ୍ତ ଜମି ସହିତ କିଛି ସରକାରୀ ଜମି ବାଡ ବୁଜି ଦେଇଥିବାରୁ ସାହିର ଅନେକ ଲୋକ ଯୋରଜବରଦସ୍ତ ତାଙ୍କ ବାଡକୁ ଉପାଡି ଦେଇଥିବାବେଳେ ତାଙ୍କ ପୋଖରୀରେ ବିଷ ପକାଇ ଦେବାରୁ ୫୦ହଜାରରୁ ଉର୍ଦ୍ଧ ଟଙ୍କାର ମାଛ ମରି ଯାଇଥିବା ପ୍ରେମାନନ୍ଦ ଆୟଚ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବାପରେ ଗାଁକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରେମାନନ୍ଦଙ୍କ ଅଭିଯୋଗ ଅନୁଯାଇ ସେ ତାଙ୍କ ପଟ୍ଟାଭୁକ୍ତ ଜମି ଭିତରେ ଛେଳି, ଗୋରୁ ଗାଈ ପସି ଯାଉଥିବାରୁ ସେ ଗତ ତିନିଦିନ ହେଲା ଏହି ଜମିକୁ ବାଡ ଘେରାଉ କରୁଛନ୍ତି । ୪ବର୍ଷ ପୁର୍ବରୁ ଏହି ଜମିକୁ ବାଡ ଘେରାଉ କରି ଆସିଛନ୍ତି । ଗତକାଲି ବାଡ ବୁଜୁଥିବାବେଳେ ହରିଜନ ସାହିର କିଛି ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କ ଜମି ନିକଟରେ ପହଞ୍ଚି ତାଙ୍କୁ କାହିଁକି ଏଠି ବାଡ ବୁଜୁଛ ଏହା ସରକାରୀ ଜମି କହିଥିଲେ । ଆର.ଆଇ ଅମିନ ଆସି ମାପ କରି ଯେଉଁଠି ଚିହ୍ନଟ ଦେବେ ସେଠାରେ ବାଡ ବୁଜିବି ବୋଲି କହିଥିଲେ ମଧ୍ୟ ସେମାନେ ନଶୁଣି ବୁଜିଥିବା ବାଡକୁ ଉପାଡି ଦେବା ସହ ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିବା ନେଇ ଗ୍ରାମର ୨୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଏନେଇ ଅଭିଯୋଗ କରିବାପରେ ସେମାନେ ଗତକାଲି ରାତିରେ ତାଙ୍କ ମାଛଚାଷ ପୋଖରୀରେ ବିଷ ପକାଇ ଦେଇଥିଲେ । ଫଳରେ ୫୦ହଜାରରୁ ଉର୍ଦ୍ଧ ଟଙ୍କାର ମାଛ ମରି ଯାଉଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବାପରେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ